ଗୁଣପୁର ଅଞ୍ଚଳରେ ନିର୍ମାଣ ଶ୍ରମିକ ଯୋଜନା ସହାୟତା ବଣ୍ଟନ ଅନୁଷ୍ଠିତ ହୋଇଛି

୧୯ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡା ଜିଲ୍ଲା :- ଗୁଣପୁର ପୌର ପରିଷଦର ଟାଉନ୍ ହୋଲ୍ ଠାରେ ନିର୍ମାଣ ଶ୍ରମିକ ଯୋଜନା ସହାୟତା ବଣ୍ଟନ ଅନୁଷ୍ଠିତ ହୋଇଛି । ସଭା ପରିଚାଳନା ଶ୍ରୀମତୀ-ଜସ୍ମିମିନି ସାହୁ ସଭାପତି ଭାବେ କାର୍ଯ୍ଯ କ୍ରମ ମଞ୍ଚାସିନ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ । ଏହା ପରେ ମଞ୍ଚାସିନ ଅତିଥି ମାନଙ୍କୁ ନେଇ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପ ଫୁଲମାଳ,ଦ୍ବୀପ ଜ୍ବାଳି କାର୍ଯ୍ଯ କ୍ରମ କରାଯାଇଛି । ପ୍ରତ୍ୟେକ ଗ୍ରାମପଞ୍ଚାୟତର ଶ୍ରମଜୀବି କାର୍ଡ ଏବଂ ନିର୍ମାଣ ଶ୍ରମିକ କାର୍ଡ ଧାରୀ ମାନେ ବହୁଳ ପରିମାଣରେ ଯୋଗ ଦାନ ଦେଇଥିଲେ ।

ଯେଉଁ ରେଜିଷ୍ଟ୍ରେସନ ଅନ୍ତର୍ଭୂକ୍ତ କାର୍ଡ ଧାରୀ ନିର୍ମାଣ ଶ୍ରମିକ ଯୋଜନା ସହାୟତାରେ ଅଂଶିଧାର ଏବଂ ଯେଉଁ ଲୋକଙ୍କ ପାଖରେ ନିର୍ମାଣ ଶ୍ରମିକ ଯୋଜନା ସହାୟତା କାର୍ଡ କରି ନ ଥିଲେ,ସେମାନଙ୍କୁ କାର୍ଡ କରାଇବା ନେଇ ଆହ୍ବାନ ଦେଇଥିଲେ । ଯେଉଁ ଗୁଡିକ ସରକାରଙ୍କ ସହାୟତା ମୂଳକ ରହିଛି,ତାହା ଆଜି ସାକାର ହେବା ଫଳରେ ଲୋକେ ଚେତନା ଦେଇଥିବା ଦେଖିବାକୁ ପାଇଛୁ । ଯଥା ଶିକ୍ଷାଗତ ଯୋଗ୍ୟତା,ବିବାହ ସହାୟତା,ପ୍ରସ୍ତୁତି କାଳୀନ ସହାୟତା,ମୃତ୍ୟୁ କାଳୀନ ସହାୟତା,ଦୁର୍ଘଟଣା ଜନିତ ସହାୟତା, ମିସ୍ତ୍ରୀ,ବଢେଇ,

ତାପି ମିସ୍ତ୍ରୀ ନିର୍ମାଣଶ୍ରମିକ ଯୋଜନା ସହାୟତା କି ପରି ଭାବରେ ଲାଭବାନ୍ ହୋଇ ପାରିବେ ଲୋକ ମାନଙ୍କୁ ଆଲୋକପାତ ଧାରଣା କରାଇଥିଲେ । ଉପସ୍ଥିତ ଆଦିବାସୀ ଜନ,ଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ-ଜଗନ୍ନାଥ ସାରକା,ଗୁଣପୁର ବିଦାୟକ ଶ୍ରୀ-ରଘୁନାଥ ଗମାଙ୍ଗ,ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ-ସରସ୍ବତୀ ମାଝୀ,ଏସ୍ ଏସ୍ ଡି ସି ଶ୍ରୀ-ଲକ୍ଷ୍ମଣ ଶବର,ପି ଏ ଆଟିଡିଏ ଶ୍ରୀମତୀ-ଶାନ୍ତି ପ୍ରଭା ପ୍ରଧାନ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ-ଶୁଭାଞ୍ଜଳି ପ୍ରଧାନ,ନିର୍ମାଣ ଶ୍ରମିକ ଅଧ୍ୟକ୍ଷା ଶ୍ରୀମତୀ-ସ୍ବାତି ଲଘ୍ନା ପଦ୍ରା,ଏସ୍ ଏସ୍ ଡି ସି ଶ୍ରୀମତୀ-ଅନୁସୟା ପ୍ରଧାନ,ମୁନିସ୍ପାଲଟି ଚ୍ୟାର୍ ମେନ୍ ଶ୍ରୀମତୀ-ମମତା ଗୌଡ, ଦେବଳେଶ୍ବର ନାଇଡୁ,ଜୁନାମ ଶବର ପ୍ରମୁଖ ରହିଥିଲେ .