କେନ୍ଦୁଝର ଆନନ୍ଦପୁର ଗୋଡ଼ଭଙ୍ଗା ଘାଟିରେ ଓଲଟିଲା ବସ୍‌ – ୧୦ରୁ ଅଧିକ ଆହତ

ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :- ଆଜି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲାରେ ବଡ଼ ଦୁର୍ଘଟଣା ଘଟିଛି । ମୟୂରଭଞ୍ଜ ଗୋଡ଼ଭଙ୍ଗା ଘାଟିରେ ଦୁର୍ଘଟଣା ୨୦ ଫୁଟ୍ ତଳକୁ ଖସିଲା ସାଇଶଙ୍କର ବସ୍‌, ଅନେକ ଯାତ୍ରୀ ଗୁରୁତର , ଏକ ଟ୍ରକ୍ ପଛପଟୁ ବସ୍‌କୁ ଧକ୍କା ଦେଇଛି । ଫଳରେ ଟ୍ରକ୍ ଓଲଟିପଡ଼ିଥିବା ବେଳେ ବସ୍‌ଟି ଘାଟି ତଳକୁ ଖସିପଡ଼ି । ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଥିବା ବେଳେ ମୃତ୍ୟୁ ନେଇ କିଛି ଖବର ମିଳିନି ।

ସାଇଶଙ୍କର ନାମକ ବସ୍‌ଟି ଆଜି ରାତିରେ ମୟୂରଭଞ୍ଜ ଜିଲ୍ଲା ଜାମଦାରୁ ଭୁବନେଶ୍ବର ଯାଉଥିଲା । ବସ୍‌ରେ ପାଖାପାଖି ୪୫ ଜଣ ଯାତ୍ରୀ ଥିଲେ । ତେବେ ରାତି ପ୍ରାୟ ଗୋଟାଏ ବେଳେ ଜାମଦା ବ୍ଲକ୍ ମହୁଲଡ଼ିହା ଥାନା ଅନ୍ତର୍ଗତ ଗୋଡ଼ଭଙ୍ଗା ଘାଟିରେ ଏକ ଟ୍ରକ୍ ବସ୍‌ର ପଛକୁ ଧକ୍କା ଦେଇଥିଲା । ଟ୍ରକ୍‌ଟି ଓଲଟି ପଡ଼ିବା ସହ ବସ୍‌ଟି ମଧ୍ୟ ଘାଟିର ପ୍ରାୟ ୨୦ ଫୁଟ୍ ତଳକୁ ଖସିପଡ଼ିଥିଲା ।

ଫଳରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ତେବେ ଏଥିରେ କାହାର ମୃତ୍ୟୁ ହୋଇଛି କି ନାହିଁ, ସେନେଇ ତଥ୍ୟ ମିଳିପାରିନି । ଖବର ପାଇ ଆନନ୍ଦପୁର ପୁଲିସ ପହଞ୍ଚିଛି । ପୁଲିସ କର୍ମଚାରୀ ଏବଂ ରାସ୍ତାରେ ଯାଉଥିବା ଅନ୍ୟ ବସ୍‌ର ଯାତ୍ରୀମାନେ ଗୁରୁତର ଓ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍‌ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛନ୍ତି ।