ପାଳଙ୍ଗ ଶାଗ ର ଔଷଧୀୟ ଗୁଣ ..

ଓଡିଶା ତାଜା ନ୍ୟୁଜ୍ (୨୬ ଜୁନ୍ ଶୁକ୍ରବାର ) ରିପୋର୍ଟ – ସୋନାଲି , ଭୁବନେଶ୍ୱର :- ପାଳଙ୍ଗ ଶାଗ ରେ ପ୍ରଚୁର ପରିମାଣର ଆମିନୋ ଏସିଡ ,ଲୌହ , ଭିଟାମିନ -ଏ ଭରି ହୋଇ ରହିଛି । ସେହିପରି ବିଟାକାରୋଟିନ୍ ,ଭିଟାମିନ-ଇ ,ପୋଟାସିୟମ୍ ଏବଂ କିଛି ପରିମାଣ ରେ ଭିଟାମିନ୍-ସି ଏଥିରେ ରହିଛି ।

ଗର୍ଭାବସ୍ଥା ରେ ଥିବା ମହିଳା ମାନେ ପାଳଙ୍ଗ ଶାଗ ଖାଇଲେ ଶରୀରର ଫୋଲିକ୍ ଏସିଡର ଅଭାବ କୁ ପୂରଣ କରିଥାଏ ।
ପାଳଙ୍ଗ ଶାଗ ରେ ଲୌହ ଯୁକ୍ତ ଲବଣ ରହିଥିବାରୁ ଏହାକୁ ଖାଇଲେ ରକ୍ତ ହୀନତା ରୋଗରୁ ମୁକ୍ତି ମିଳେ ।
ପାଳଙ୍ଗ ରସ ଦାନ୍ତ ର ମାଢିକୁ ସୃଦୁଢ କରିବା ସହିତ ଦାନ୍ତ କୁ ପୋକ ଖିଆ ରୋଗରୁ ରକ୍ଷା କରେ ।
ପାଳଙ୍ଗ ଶାଗ ସହିତ ବିଲାତି ମିଶାଇ ସିଝାଇ ଖାଇଲେ ଚକ୍ଷୁର ଯାବତୀୟ ଦୋଷ ଦୂର ହୋଇଥାଏ । ଓ ଦୃଷ୍ଟି ଶକ୍ତି ବିକଶିତ ହୋଇଥାଏ ।

ଲେମ୍ବୁରସ ସହିତ ଏକ କପ୍ ପାଳଙ୍ଗ ରସ ୧୫ ଦିନ ଖାଲି ପେଟରେ ପିଇଲେ କୃମି ଦୋଷରୁ ଉପଶମ ମିଳେ ।