ଜିଲ୍ଲା ପରିଷଦଙ୍କ ସ୍ୱାମୀଙ୍କୁ ଆକ୍ରମଣ କଲେ ବ୍ଲକ୍ ଜେଇ , ବ୍ଲକ୍ ପରିସରରେ ଉତ୍ତେଜନା

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଆପାଳ :- ଜିଲ୍ଲା ପରିଷଦଙ୍କ ସ୍ୱାମୀଙ୍କୁ ଆକ୍ରମଣ କଲେ ବ୍ଲକ୍ ଜେଇ । ଜିଲ୍ଲା ପରିଷଦଙ୍କ ସ୍ୱାମୀ ଆହତ ହୋଇଛନ୍ତି । ଫଳରେ ବ୍ଲକ୍ ପରିସରରେ ଉତ୍ତେଜନା ଜାରି ରହିଛି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ୨୧ନଂ ଜୋନର ଜିଲ୍ଲା ପରିଷଦ କାଞ୍ଚନାବାଳା ଜେନାଙ୍କର ସ୍ୱାମୀ ସୁନୀଲ ଜେନା ପ୍ରତିନିଧି ହିସାବରେ କାର୍ଯ୍ୟ କରି ଆସୁଛନ୍ତି । ଏହି ଜୋନରେ ବଡ଼ କଷବାଠାରେ ଜିଲ୍ଲା ପରିଷଦଙ୍କ ନିଜସ୍ୱ ପାଣ୍ଠି ଓ ଏଫଡିଆର ପାଣ୍ଠିର ମିଳିତ ଅର୍ଥରେ ଏକ ପକ୍କା ରାସ୍ତା ନିର୍ମାଣ ହେବାର ଥିବାବେଳେ ବ୍ଲକର କାର୍ଯ୍ୟରତ ଜେଇ ପ୍ରଫୁଲ ମଲ୍ଲିକଙ୍କ ହାତରେ ଏହାର କାର୍ଯ୍ୟଭାର ରହିଛି ।

ମାତ୍ର ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଜେଇ ଏଷ୍ଟିମେଣ୍ଟ ନକରିବା ଏବଂ କୌଣସି କାର୍ଯ୍ୟ ହେଉ ନଥିବାରୁ ସୋମବାର ଜିଲ୍ଲା ପରିଷଦଙ୍କର ପ୍ରତିନିଧି ସୁନୀଲ ଜେନା ବ୍ଲକ୍ ପରିସରରେ ପହଞ୍ଚି ଜେଇଙ୍କୁ ପଚାରିବା ସହିତ କାହିଁକି ଉକ୍ତ ସ୍ଥାନକୁ ଯାଉନାହଁ ବୋଲି ପଚାରିବାରୁ ଜେଇ ଉତକ୍ଷିପ୍ତ ହୋଇ ଜିଲ୍ଲା ପରିଷଦ ପ୍ରତିନିଧିଙ୍କୁ ଠେଲାପେଲା କରିବା ସହିତ ମାଡ଼ ମାରିଥିଲେ । ଏଥିରେ ଜିଲ୍ଲା ପରିଷଦଙ୍କ ସ୍ୱାମୀ ରକ୍ତାକ୍ତ ହେବା ସହିତ ଆହତ ହୋଇଥିଲେ । ବ୍ଲକ୍ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲା ପରିଷଦ ପ୍ରତିନିଧି ନ୍ୟାୟ ଦାବି କରିଥିଲେ ବାଲିଆପାଳ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡା ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।