ଆଡ଼ପ ମଣ୍ଡପକୁ ବିଜେ ହେବେ ତିନି ଠାକୁର

ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ – ସୋନାଲି ମହାରଣା (୨୪ ଜୁନ୍ ବୁଧବାର) ଭୁବନେଶ୍ୱର :- ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର, ସନ୍ଧ୍ୟା ଆଳତି ଓ ଧୂପ ପରେ ଗୋଟି ପହଣ୍ଡିରେ ଯିବେ, ଅଳ୍ପ ସେବାୟତରେ ସମସ୍ତ ନୀତିକାନ୍ତି ରେ ଆଜି ଆଡ଼ପ ମଣ୍ଡପକୁ ବିଜେ ହେବେ । କାଲି ଶ୍ରୀ ଜୀଉ ଙ୍କ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା ତିନି ରଥ ଗତ କାଲି ଗୁଣ୍ଡିଚା ମନ୍ଦିର ର ରଥଖଳା ରେ ଲାଗିଥିଲେ ।

ରଥ ଉପରେ ସମସ୍ତ ରୀତିନିତି ଶେଷ କରାଯାଇ ଚତୃର୍ଧାମୂର୍ତ୍ତି ମନ୍ଦିର ଭିତର ଆଡ଼ପ ମଣ୍ଡପକୁ ବିଜେ କରିବେ ଦିନ ତିନି ଘଣ୍ଟିକା ସମୟରେ ଠାକୁର ଙ୍କୁ ପହଣ୍ଡି କରାଯିବ । ସୀମିତ ସେବାୟତ ଓ ପ୍ରଶାସନ ର କଡ଼ା ବ୍ୟବସ୍ଥା ଅନୁସାରେ ମହାପ୍ରଭୁ ଙ୍କୁ ଆଡ଼ପ ମଣ୍ଡପ ବିଜେ କରାଯିବ । ପ୍ରଭୂ ମାଉସୀ ମାଆ ମନ୍ଦିର ରେ ଭକ୍ତ ଙ୍କୁ ଦର୍ଶନ ଦେବେ । ( ରିପୋର୍ଟ – ଅସିତ୍ କୁମାର ଦାଶ)