ଶିକାରୀଙ୍କ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ

୧୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା,କରଞ୍ଜିଆ :- ଶିକାରୀଙ୍କ ଗୁଳିରେ ପୁଣି ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଛି । ମୃତ ଫରେଷ୍ଟରଙ୍କ ନାଁ ମାଟି ହାଁସଦା । ସେ ବାରାହକାମୁଡ଼ାର ଫରେଷ୍ଟର ଥିଲେ। ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୨ଟା ବେଳେ ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ଏହି ଘଟଣା ଘଟିଛି। ବନ କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ସମୟରେ ୬ ଜଣ ଶିକାରୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା ।

ସେମାନଙ୍କ ହାତରେ ବନ୍ଧୁକ ଥିଲା । ଶିକାରୀମାନଙ୍କୁ କାବୁ କରିବାକୁ ବନକର୍ମଚାରୀ ମାନେ ପ୍ରୟାସ କରିଥିଲେ । ସେତେବେଳେ ସେମାନଙ୍କ ମଧ୍ୟରେ ହାତାହାତି ଓ ଗୁଳିବିନିମୟ ମଧ୍ୟ ହୋଇଥିଲା । ଆଉ ସେତେବେଳେ ହିଁ ଜଣେ ଶିକାରୀଙ୍କ ଗୁଳି ଫରେଷ୍ଟର ମାଟି ହାଁସଦାଙ୍କ ଛାତିରେ ବାଜିଥିଲା ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାକୁ ଅଣାଯାଇଥିଲା ହେଲେ ଡାକ୍ତର ସେଠାରେ ହାଁସଦାଙ୍କୁ ମୃତ ଘୋଷଣା କରିଥିଲେ ।