Home ଓଡ଼ିଶା ରାଜ୍ୟପାଳଙ୍କ ଦ୍ୱାରା “ଶ୍ରୀ ଲକ୍ଷ୍ମଣା ପରିଣୟଂ” ମହାକାବ୍ୟର ଓଡିଆ ପଦ୍ୟାନୁବାଦ ଉନ୍ମୋଚିତ by Proprietor by Abhimanyu Maharana 12 months ago Share on FacebookShare on TwitterWhatsapp ୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୂବନେଶ୍ୱର :- ଓଡ଼ିଶାରେ ସଂସ୍କୃତ ସାହିତ୍ୟର ସମୃଦ୍ଧ ପରମ୍ପରା ରହିଛି । ସେହି ପରମ୍ପରାର ପରିପୁଷ୍ଟି ଓ ପ୍ରସାର ପାଇଁ ବିଶେଷ ଉଦ୍ୟମ ହେବା ଦରକାର । ପଣ୍ଡିତ କବିଚନ୍ଦ୍ର ଶ୍ରୀ ଭୁବନେଶ୍ୱର ରଥ ଶର୍ମଣାଙ୍କ ”ଶ୍ରୀ ଲକ୍ଷ୍ମଣା ପରିଣୟଂ” ମହାକାବ୍ୟର ଓଡିଆ ପଦ୍ୟାନୁବାଦ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନରେ ଆୟୋଜିତ ଏକ ଉତ୍ସବରେ ପଣ୍ଡିତ କବିଚନ୍ଦ୍ର ଶ୍ରୀ ଭୁବନେଶ୍ୱର ରଥ ଶର୍ମଣାଙ୍କ “ଶ୍ରୀ ଲକ୍ଷଣା ପରିଣୟଂ” ମହାକାବ୍ୟର ଓଡିଆ ପଦ୍ୟାନୁବାଦ ଓ ନିରଞ୍ଜନ ରଥଙ୍କ ଦ୍ୱାରା ରଚିତ ଓ ସଂପାଦିତ “ଉତ୍କଳ କାଳିଦାସ ପଣ୍ଡିତ ଭୁବନେଶ୍ୱର ରଥ” ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ପୁରୁଷ ଓ ପ୍ରକୃତି ମଧ୍ୟରେ ଚିରନ୍ତନ ଦ୍ୱନ୍ଦ୍ୱ ଲାଗିରହିଛି । ସେହିଭଳି ପରା ବିଦ୍ୟା ଓ ଅପରା ବିଦ୍ୟା ମଧ୍ୟରେ । ଏହି ସଂଘର୍ଷ ଓ ସମନ୍ୱୟରୁ ସୃଷ୍ଟି ହୁଏ ଆଧ୍ୟାତ୍ମିକତାର ଭାବ, ଭାବନା ଓ ଚେତନା । ଓଡିଆମାନଙ୍କ ଗୁଣସୂତ୍ରରେ ଅଛି ସର୍ଜନାର ପ୍ରବହମାନ ଧାରା ଓ ଅଧ୍ୟାତ୍ମଭାବ । ଉନ୍ମୋଚିତ ପୁସ୍ତକ ସେହି ସାରସ୍ୱତ ଦର୍ଶନର ଦ୍ୟୋତକ ବୋଲି ରାଜ୍ୟପାଳ କହିଥିଲେ । “ସମାଜ”ର ସଂପାଦକ ନିରଞ୍ଜନ ରଥ ପୁସ୍ତକ ପ୍ରକାଶନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ସହ କବିଙ୍କର ଗୌରବମୟ ସୃଜନ ଉପଲବ୍ଧି ସଂପର୍କରେ ଆଲୋଚନା କରିଥିଲେ ।ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ଶ୍ରୀ ଭୁବନେଶ୍ୱର ରଥ ଶର୍ମଣାଙ୍କ ସାଧନା, ସିଦ୍ଧି, ଜୀବନ ଓ ସୃଜନ ସଂପର୍କରେ ଆଲୋଚନା କରିଥିଲେ । ବିଶିଷ୍ଟ ବିଦ୍ୱାନ ଡ. ପ୍ରଫୁଲ କୁମାର ମିଶ୍ର ପ୍ରକାଶିତ କୃତିର ସମୀକ୍ଷା କରିବା ସହ ଓଡିଶାର ଏଭଳି କୃତି ବିଶ୍ୱ ସାରସ୍ୱତ ଦରବାରରେ ଆମ ପାଇଁ ବିଶେଷ ପରିଚୟ ଓ ପ୍ରତିଷ୍ଠା ଆଣିପାରିବ ବୋଲି ମତବ୍ୟକ୍ତ କରିଥିଲେ । “ପକ୍ଷୀଘର”ର ପ୍ରକାଶକ ବନୋଜ ତ୍ରିପାଠୀ ନିଜର ପ୍ରକାଶକୀୟ ବକ୍ତବ୍ୟରେ ପୁସ୍ତକ ଦୁଇଟି ସଂପର୍କରେ ନିଜର ଅଭିମତ ପ୍ରକାଶ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉତ୍ସବରେ ବହୁ ବିଦ୍ୱାନ ଓ ସାହିତ୍ୟିକ ଉପସ୍ଥିତ ଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content ବୁଥ୍ ମୁହାଁ ପୋଲିଂ କର୍ମଚାରୀ :ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା by Proprietor by Abhimanyu Maharana May 19, 2024 ଯୋଡ଼ି ଶଙ୍ଖ ପାଇଁ ଆହ୍ୱାନ ଦେଲେ ‘ଅ’ ଯୋଡ଼ି, ହଜାର ହଜାର ମହିଳା ସାମିଲ by Proprietor by Abhimanyu Maharana May 19, 2024 ପାଣି ପାଇଁ କଷ୍ଟକର ଜୀବନ ବିତାଉଛନ୍ତି - ପଟେଗୁଡା ଗ୍ରାମବାସୀ by Proprietor by Abhimanyu Maharana May 19, 2024 ମୋଦି ଆସୁଛନ୍ତି ବୋଲି : ଉତ୍ସାହିତ ରାଜ୍ଯବାସୀ ଗେରୁଆମୟ ହେବ ବଡଦାଣ୍ଡ by Proprietor by Abhimanyu Maharana May 19, 2024 ବ୍ରଜରାଜନଗରରେ ପୁରନ୍ଦର ମିଶ୍ରଙ୍କର ରୋଡ଼ସୋ by Proprietor by Abhimanyu Maharana May 19, 2024 ତୁମ୍ବ ରେ ଅର କଣ୍ଟା ବିନ୍ଧ ଆରମ୍ଭ by Proprietor by Abhimanyu Maharana May 19, 2024