ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଅନ୍ତନିବେଶୀ ସାଧନା କେନ୍ଦ୍ର ଉଦଘାଟିତ

୩୧ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-  ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଅନ୍ତର୍ନିବେଶୀ ସାଧନା କେନ୍ଦ୍ର ଉଦଘାଟିତ ହୋଇଯାଇଛି ।  ଉକ୍ତ କାର୍ଯ୍ୟକ୍ରମରେ ବି ଆର୍ ସି ସି ଜ୍ୟୋଛନା ରାଣୀ ସେଠି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ନୂଆଗାଁ ସରପଞ୍ଚ ଅମିତା ପରିଡ଼ା, ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ ଯୋଗଦେଇ ଉଦଘାଟନ କରିଥିଲେ । ତତ୍ ଏଥିରେ ପିଲାମାନଙ୍କ ଶାରୀରିକ ମାନସିକ ବିକାଶ ପାଇଁ ବିଭିନ୍ନ ପ୍ରକାର ସୁବିଧା ରହିଛି । ଯଥା ଅକୁପେସନାଲ , ଫିଜୋଥେରାପୀ, ସାଇକେଲଙ୍ଗି, ଡିଆଁ କୋଦା ଭଳି ବିଭିନ୍ନ ଉପକରଣ ଉପଲବ୍ଧ ରହିଛି । ଗୋଷ୍ଠୀସମ୍ବଳ ଶିକ୍ଷୟତ୍ରୀ ବିସ୍ମିତା ବଡପାଲ , ଇତିଶ୍ରୀ ତ୍ରୀପାଠୀ, ବିଷ୍ଣୁପ୍ରିୟା ଦାସ, ଶ୍ରୀନିବାସ ରଥ, କୈଳାସ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ  । ଉକ୍ତ କାର୍ଯ୍ୟକ୍ରମରେ ୨୦ ଜଣ ରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।\