ଗଞ୍ଜେଇ ଜବତ ଦୁଇ ଗିରଫ

୩୧ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଗଜପତି ଜ଼ିଲ୍ଲା ଅଡବା ପୋଲିସ ମଙ୍ଗଳବାର ଅଞ୍ଜଳି ଗ୍ରାମ ନିକଟରେ ପେଟ୍ରୋଲିଂ କଲାବେଳେ ୪୫ କେଜି ୨୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇଜଣ ବ୍ୟକ୍ତି ଙ୍କୁ ଗିରଫ କରିଛି, ଗିରଫ ମାନେ ହେଲେ ଉତ୍ତରପ୍ରଦେଶ ଅଲ୍ଲୀଗଡ଼ ର ଟିଙ୍କୁ ଶର୍ମା ଏବଂ ମଧ୍ୟପ୍ରଦେଶ ଗୁନା ର ସଞ୍ଜୟ ରୟ l ପୋଲିସ ର ପେଟ୍ରୋଲିଂ ବେଳେ ରାସ୍ତା କଡ଼ରେ ବ୍ୟକ୍ତି ଦୁଇଜଣ ଦୁଇଟି ବ୍ୟାଗ ରେ ଗଞ୍ଜେଇ ଧରି ଚାଲାଣ କରିବା ପାଇଁ ଅପେକ୍ଷା କରିଥିଲେ l ପୋଲିସ ଦୁଇ ଜଣକୁ ଗିରଫ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି l