ଶ୍ରେଷ୍ଠ ସାମ୍ବାଦିକ ଭାବେ ମଧୂପ ରଞ୍ଜନ ନନ୍ଦ ସମ୍ବର୍ଦ୍ଧିତ

୨୯ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) ଭୁବନ :- ଦୈନିକ ଓଡ଼ିଶା ଭାସ୍କର ର ଭୁବନ ଓ କାଳିଆପାଣି ପ୍ରତିନିଧି ମଧୁପ ରଞ୍ଜନ ନନ୍ଦ ଙ୍କୁ ଶ୍ରେଷ୍ଠ ସାମ୍ବାଦିକ ୨୦୨୩ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଓଡ଼ିଶା ଭାସ୍କର ତରଫରୁ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଠାରେ ଆୟୋଜିତ ରିପୋର୍ଟରସ୍ ମିଟ୍ କାର୍ଯ୍ୟ କ୍ରମରେ ୩୦ ଟି ଜିଲ୍ଲାର ସାମ୍ବାଦିକ ମାନେ ଯୋଗଦେଇଥିଲେ । ଏଥିରେ ଶ୍ରୀମାନ ନନ୍ଦ ଙ୍କୁ ନିର୍ଭୀକ , ନିରପେକ୍ଷ ,ସମସ୍ୟା ଭିତ୍ତିକ ଓ ଗଠନ ମୂଳକ ସମ୍ବାଦ ପରିବେଷଣ ନିମନ୍ତେ ୨୦୨୩ ବର୍ଷ ର ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଓଡ଼ିଶା ଭାସ୍କର ପରିଚାଳନା ନିର୍ଦ୍ଦେଶକ ମଧୁ ମହାନ୍ତି ଓ ମୁଖ୍ୟ ସମ୍ପାଦକ ପ୍ରଦୋଷ ପଟ୍ଟନାୟକ ଶ୍ରୀ ନନ୍ଦ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗକୁ ଏଇ ଭଳି କଲମ ଚାଳନା ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଭୁବନ ସାମ୍ବାଦିକ ସଂଘ ତରଫରୁ ମଧ୍ୟ ଶ୍ରୀ ନନ୍ଦ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞପନ କରାଯାଇ ସମ୍ମାନିତ କରାଯାଇଛି ।