ସନ୍ତୋଳ – ନଗରୀ କୁଲ ଷ୍ଟାର କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

୨୯ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) କଟକ :-  ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତର ସନ୍ତୋଳ – ନଗରୀ ଗ୍ରାମର କୁଲଷ୍ଟାର କ୍ରୀକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଫ୍ଲଡ଼ ଲାଇଟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ତାରକା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଯୋଗଦେଇଥିଲା ବେଳେ,ନଗରୀ ସରପଞ୍ଚ ନରୋତ୍ତମ ଦାସ, ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ମଲ୍ଲିକ, ସୁନ୍ଦର ପ୍ରଭାତ ଦାସ , ବିଶ୍ୱଜିତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ସ୍ଥାନରୁ ଆସିଥିବା କ୍ରୀକେଟେ ଟିମ ଯୋଗ ଦେଇଥିଲେ । ଫାଇନାଲ ଟୁର୍ଣ୍ଣାମେଣ୍ଟ ନୂଆସାହି ବନାମ ପାଟସୁନ୍ଦର ପୁର ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ନୂଆସାହି କ୍ରୀକେଟ ଟିମ ଚମ୍ପିୟାନ ହୋଇଥିଲା । ଅତିଥି ମାନେ ଚମ୍ପିୟାନ ଟିମକୁ ଚମ୍ପିୟାନ ଟ୍ରଫି ଏବଂ ରନର୍ସ ଟିମକୁ ରନର୍ସ କପ ପ୍ରଦାନ କରିଥିଲେ । ଆୟୋଜିତ ଟୁର୍ଣ୍ଣାମେଣ୍ଟରେ କୁଲ ଷ୍ଟାର କ୍ରୀକେଟ ଆସୋସିଏସନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।