ବ୍ରାହ୍ମଣ ସିତାପୁର ଗ୍ରାମରେ ଚାଲିଥିବା ଠାକୁରାଣୀ ଯାତ୍ରା ସପ୍ତମ ଦିନରେ ପଦାର୍ପଣ

ମଇ  , ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ବ୍ରାହ୍ମଣ ସୀତାପୁର ଗ୍ରାମରେ ଚାଲିଥିବା ଠାକୁରାଣୀ ଯାତ୍ରା ଆଜି ସପ୍ତମ ଦିନରେ ପଦାର୍ପଣ ହୋଇଛି । ଲୋକଙ୍କ ଭିଡ଼ ସାଙ୍ଗକୁ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ଘନଘନ ବାହାରୁଥିବା ବେଶ ପଟୁଆର ଲୋକଙ୍କୁ ରାତ୍ରିର ଶେଷ ପ୍ରହର ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଭିଷଣ ଗରମ ସାଙ୍ଗକୁ ଗୁଳିଗୁଳି ପବନ ଅସହ୍ଯ ହେଉଥିଲେ ମଧ୍ୟ ଜନତାଙ୍କ ଉପରେ କୌଣସି ପ୍ରଭାବ ନଥିବା ଦେଖିବାକୁ ମିଳିଥିଲା । ମାନସିକଧାରୀ ଭକ୍ତମାନେ ବିଭିନ୍ନ ବେଶରେ ସଜାଇ ହୋଇ ଲୋକଙ୍କ ମନୋରଞ୍ଜନ କରୁଥିଲେ । ଦିନ ତ ଦିନ ରାତିରେ ମଧ୍ଯ ବହୁତ ବେଶ ବାହାରିଥିଲା । ସଂଧ୍ଯା ରେ ତିନି ଠାକୁରାଣୀ ଗ୍ରାମ ପରିକ୍ରମା କରିବା ସମୟରେ ଗଞ୍ଜାମ ର ବାଲିଯୋଡିରୁ ଆସିଥିବା କଳାକାର ମାନେ ପଟୁଆର ଆଗରେ ନବଦୁର୍ଗା, ତାଡ଼କା ବଦ୍ଧ, ଶଉରା ଶଉରୁଣୀ ଆଦି ବେଶରେ ବଡ଼ ସୁନ୍ଦର ନତ୍ୟ ପରିବେଷଣ କରିଥିଲେ ଯାହା ଦେଖିବାକୁ ଜବରଦସ୍ତ ଭିଡ଼ ହୋଇଥିଲା । ରାତିରେ ନିଳାଚଳ ମିଶ୍ରଙ୍କ ନିର୍ଦ୍ଦେଶିତ ଭାରତ ଲୀଳା ଅନୁଷ୍ଠିତ ହୋଇଥିବା ବେଳେ ଆଗକୁ ଆଉ ୨ ଦିନ ଯାତ୍ରା ବାକିଅଛି ଏବଂ ଆଗକୁ ଅଧିକ ଭିଡ଼ ହେବ ବୋଲି ଜଣାପଡ଼ୁଛି ।

ପରିଚାଳନା କମିଟିର ସଭାପତି ମହେନ୍ଦ୍ର ବରାଡ଼ , ସଂପାଦକ ଜଗନ୍ନାଥ , କୋଷାଧ୍ୟକ୍ଷ ମନରଞ୍ଜନ ପଣ୍ଡା ଙ୍କ ସହ ସନ୍ତୋଷ ପଣ୍ଡା , ସରୋଜ ପଣ୍ଡା , ମନୋଜ ପଣ୍ଡା , ଶିବାନନ୍ଦ ପଣ୍ଡା , ଜଗଦୀଶ ପଣ୍ଡା , ଶିଶିର ପଣ୍ଡା , ଶ୍ରୀକାନ୍ତ ଭୂକ୍ତା , କାହ୍ନା ଭୂକ୍ତା , ସନ୍ତୋଷ ଭୂକ୍ତା , ଭିକାରୀ ଆପଟ , ପ୍ରସାନ୍ତ ବରାଡ଼ , ସୁଜିତ ଆଦି ଗାଁର ଯୁବକ ଗୋଷ୍ଠୀ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସାହାଯ୍ୟ କରୁଥିବା ବେଳେ ଯାତ୍ରାକୁ ବହୁତ ସୁନ୍ଦର ପରିଚାଳିତ କରୁଥିବା ଦେଖିବାକୁ ମିଳିଛି ।