ଢେଙ୍କାନାଳ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ମହିମା ଗାଦି ପୀଠ ଯୋରନ୍ଦା କୁ ରାଜ୍ୟ ସରକାର ଙ୍କ 5T ସଚିବ

୨୫ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଢେଙ୍କାନାଳ :- ବିଶ୍ଵସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ଦେବା ପାଇଁ ଯୋଜନା କରୁଥିବା ବେଳେ ଏବଂ ଏହି ଯୋଜନାକୁ ପ୍ରତିଷ୍ଠିତ କରିବାପାଇଁ ଢେଙ୍କାନାଳ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ଯୋରନ୍ଦା ମହିମା ପୀଠର ସାଧୁ ସନ୍ଥ ଏବଂ ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ସହିତ ଆଲୋଚନା କରିବା ସହ ବିଭିର୍ନ ସ୍ଥାନ ବୁଲି ଦେଖିଛନ୍ତି l ଏହି ଆଲୋଚନା ବେଳେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ମହିମା ସାଧୁ ମାନେ ଏହାକୁ ଦୃଢତାର ସହ ସମର୍ଥନ କରି ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି l.ଏହି ଆଲୋଚନା ସମୟରେ ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ସରୋଜ କୁମାର ସେଠୀ, ଉପ -ଜିଲ୍ଲାପାଳ ସ୍ନିଗ୍ଧା ରlଣୀ ଧଳ, ଗନ୍ଦିଆ ବ୍ଲକ ଅଧକ୍ଷ୍ୟ, ଗନ୍ଦିଆ ବିଡିଓ, ସ୍ଥାନୀୟ ସରପଞ୍ଚ, ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳ ମହିଳା ଶାଖାର କାର୍ଯ୍ୟକାରି. ସଭାନେତ୍ରୀ ରୁବି ବିଶ୍ୱାଳ, ବିଧାୟକ ଙ୍କ ପ୍ରତିନିଧି ନରୋତ୍ତମ ରାଉତ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ l