ବିଧାୟିକା ଭାବେ ଶପଥ ନେଲେ ଦୀପାଳି : ଝାରସୁଗୁଡ଼ାବାସୀଙ୍କ ସେବା କରିବାକୁ ଦେଲେ ପ୍ରତିଶ୍ରୁତି

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ବିଧାନସଭାରେ ପହଞ୍ଚିଲେ ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ । ମା’ ଏବଂ ଭାଇଙ୍କ ସହ ବିଧାନସଭାରେ ପହଞ୍ଚିଲେ । ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ । ଓଡ଼ିଶା ବିଧାନସଭାରେ ଶପଥ ପାଠ କରାଇଲେ ଉପବାଚସ୍ପତି ।ଶପଥ ନେବା ପରେ ଦୀପାଳି କହିଲେ ଯେ ସେ ତାଙ୍କ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ । ଝାରସୁଗୁଡ଼ାବାସୀଙ୍କ ସେବା ପାଇଁ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଲେ ଦୀପାଳି ।