ଭକତ କାନ୍ଦୁଛି ଗୁମୁରି ଗୁମୁରି …

ଓଡିଶା ତାଜା ନ୍ୟୁଜ୍ (୨୧ ଜୁନ ୨୦୨୦ ରବିବାର) ପୁରୀ :- ବଡ଼ଦାଣ୍ଡରେ ପ୍ରସ୍ତୁତ ରଥ , ଅନେଇ ରହିଛି ଜଗାର ପଥ । ହେ ନ୍ୟାୟାଳୟ ରୋକ ଉଠା , କାଳିଆ ଖାଇ ଯିବ ପୋଡ଼ପିଠା । ବନ୍ଦ କଥା ଶୁଣି ମାଉସୀ ତା’ର , ବସିଛି ବାଟରେ ଶୁଖେଇ ଅଧର ।

ଦେଖିବାକୁ ତୋର ବାଙ୍କ ଚାହାଣି , ଅପେକ୍ଷାରେ ଅଛି ଗୁଣ୍ଡିଚା ରାଣୀ । ପତିତ ଜନକୁ ଉଧାରିବା ପାଇଁ , ରଥେ ବିଜେକର ଆହେ ଗୋସାଇଁ । ଆହେ ମନୁଆ ଠାକୁର , ବୁଝ ଆବେଗ ଭକ୍ତର । ଜୟ ଜଗନ୍ନାଥ ( ରିପୋର୍ଟ /ଆମ କାଳିଆ)