ମାନସିକ ବିକାର ଗ୍ରସ୍ତ ଦୁଇ ମହିଳା ଙ୍କୁ ଉଦ୍ଧାର କରି ଥଇଥାନ କଲା ଜଗବନ୍ଧୁ ଜରାଶ୍ରମ

୧୦ ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ  :- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଦୟଣlବିଲି ଗ୍ରାମରେ ଗୋଟିଏ ପରିବାର ର ସମସ୍ତ ବ୍ୟକ୍ତି ମାନସିକ ବିକାର ଗ୍ରସ୍ତ ଓ ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହୁଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଭୁବନ ର ଅନନ୍ୟ ତଥା ନିଆରା ସେବା ପ୍ରତିଷ୍ଠାନ ଜଗବନ୍ଧୁ ଜରାଶ୍ରମ ଏ ସଂପର୍କ ରେ ଖବର ପାଇ ଦୟଣlବିଲି ଗ୍ରାମ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା । ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ କୁମାର ସାହୁ ଙ୍କ ସହ ଆଲୋଚନା କରି ଢେ଼ଙ୍କାନାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ସବିଶେଷ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ପରେ ଜରାଶ୍ରମ ସମ୍ପାଦକ ଆଶୁତୋଷ ମିଶ୍ର ଲିଖିତ ଅଭିଯୋଗ କରି ଅସହାୟ ପରିବାରକୁ ସାହାଯ୍ୟ କରିବାକୁ ନିବେଦନ କରିଥିଲେ । ଆଜି ଜିଲ୍ଲା ପ୍ରଶାସନ ଓ ଜଗବନ୍ଧୁ ଜରାଶ୍ରମ ମିଳିତ ଉଦ୍ୟମରେ ମାନସିକ ବିକାର ଗ୍ରସ୍ତ ମହିଳା କୁମ ନାୟକ (୫୮) ଓ ତାଙ୍କ ଝିଅ ସୁକୁମାରୀ ନାୟକ (୨୫) ଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ସୁକିନ୍ଦା ସ୍ଥିତ ମିଶନ ଆଶ୍ରା ରେ ଥଇଥାନ କରି ସେମାନଙ୍କର ଆଜୀବନ ସମସ୍ତ ଆବଶ୍ୟକତା ର ସୁବନ୍ଦୋବସ୍ତ କରିଥିଲେ । ଜାରାଶ୍ରମ ର ଏତାଦୃଶ କାର୍ଯ୍ୟ କୁ ଜନ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ବାସ୍ତବରେ ନିରାଶ୍ରୟ ଙ୍କ ପାଇଁ ଆଶ୍ରୟ ସ୍ଥଳ ଓ ଆଶା ଭରସା ଜଗବନ୍ଧୁ ଜରାଶ୍ରମ ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ହେଉଛି ।