ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଉଦଯାପିତ

୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଉଚ୍ଚ ବିଦ୍ୟାଳୟରେ ଗତ ମାସ ୨୪ ତାରିଖ ରୁ ଅନୁଷ୍ଠିତ ହେଉଥିବା ଗ୍ରୀଷ୍ମ କାଳୀନ ଭାରୋତ୍ତଳନ ଶିବିର ଆଜି ଉଦଯାପିତ ହୋଇଯାଇଛି l ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦୁଇ ପ୍ରଶିକ୍ଷକ ଗୋପାଳ ଦାସ ଓ ବିଶ୍ୱଜିତ୍ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା କ୍ରୀଡ଼ା ସଂଘ ସଦସ୍ୟ ତଥା କ୍ରୀଡ଼ାପ୍ରେମୀ ଦୁଷ୍ମନ୍ତ କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଯୋଗ୍ୟ ବିବେଚିତ ହୋଇଥିବା ୨୮ ଜଣ ଛାତ୍ର ଓ ୫ ଜଣ ଛାତ୍ରୀ ସମୁଦାୟ ୩୩ ଜଣ ଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିର ରେ ସମୁଦାୟ ୮୪ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ।ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ର ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ଶେଷରେ ଭୁବନ ଉଚ୍ଚ ବିଦ୍ୟାଳୟ ର ଶାରୀରିକ ଶିକ୍ଷକ ସାଗର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।