ଭୁବନ ଏନ୍ ଏ ସି ର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ : ଉନ୍ନୟନ ମୂଳକ କାର୍ଯ୍ୟରେ ବିରୋଧୀ ଦଳ ସହଯୋଗ କରିବାକୁ ସାଂସଦ ମହେଶ ସାହୁ ଙ୍କ ପରାମର୍ଶ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ଏନ୍ ଏ ସି ର ଚତୁର୍ଥ ସାଧାରଣ ବୈଠକ ଆଜି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାହୀ ଅଧକାରୀ ଶ୍ୟାମ ସୁନ୍ଦର ସାହୁ ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ ଓ କାଉନସିଲ୍ ର ଙ୍କ ସହମତି ପରେ ପୂର୍ବ ବୈଠକ କୁ ଦୃଢ଼ୀକରଣ କରାଯାଇଥିଲା । ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ନୟନ ମୂଳକ କାର୍ଯ୍ୟରେ ବିରୋଧୀ ଦଳ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ନଗରପାଳ ଶୁଭେନ୍ଦୁ କୁମାର ସାହୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ମଣିପୁର ଓ ବାଜି ରାଉତ କଲେଜ ନିକଟରେ ଶିଳାନ୍ୟାସ ହୋଇଥିବା ଜଳ ବିଶୋଧନlଗାର, ଓଭର୍ ହେଡ ପାଣି ଟାଙ୍କି କାର୍ଯ୍ୟ ୧୦ ମାସ ମଧ୍ୟରେ ଶେଷ ହେବ ବୋଲି କହିଥିଲେ ।ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ସମ୍ପର୍କ ରେ ନଗରପାଳ ସର୍ବାଧିକ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକ ରେ ସମସ୍ତ କାଉନସିଲର ଯୋଗ ଦେଇଥିଲେ। ଶେଷରେ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।