ଝାରସୁଗୁଡ଼ା କୋଲାବିରାରେ ନିର୍ବାଚନ ପୂର୍ବରୁ ହିଂସା : ୨ ବିଜେଡି କର୍ମୀ ଆହତ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍ :- ଝାରସୁଗୁଡ଼ା କୋଲାବିରାରେ ନିର୍ବାଚନ ପୂର୍ବରୁ ହିଂସା ୨ ବିଜେଡି କର୍ମୀ ଆହତ ,କୋଲାବିରାରେ ନିର୍ବାଚନ ପୂର୍ବରୁ ରାଜନୈତିକ ଉତ୍ତେଜନା ଦେଖିବାକୁ ମିଳିଛି । ବିଜେଡିର ୨ କର୍ମୀଙ୍କୁ ଅନ୍ୟ ଦଳର ୨ଜଣ ଗାଳିଗୁଳଜ କରିବା ସହ ବାଡ଼ିରେ ପିଟିବାରୁ ଜଣେ ବିଜେଡି କର୍ମୀଙ୍କ ମୁଣ୍ଡ ଫାଟିଯାଇଛି ।

ଧୁବେନବୁଡ଼ର ଗଜେନ୍ଦ୍ର ଝରାଙ୍କ ମୁଣ୍ଡରେ ୫ଟି ଷ୍ଟିଚ ପଡ଼ିଛି । ଅନ୍ୟଜଣେ ଆହତକ ହେଲେ ଧୁବେନବୁଡ଼ର ବିପ୍ର ବନଛୋର । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ କୁଲିହାମାଲ ପଞ୍ଚାୟତ ଧୁବେନବୁଡ଼ ଗୌଡ଼ପଡ଼ାରେ ବିଜେଡିର ଏକ ଦଳୀୟ କାର‌୍ୟ୍ୟକ୍ରମ ସାରି ଗତକାଲି ରାତିରେ

ଫେରୁଥିବା ସମୟରେ ଆକମ୍ରଣର ଶିକାର ହୋଇଥିବା ନେଇ ଗଜେନ୍ଦ୍ର ଅଭିଯୋଗ କରିଛନ୍ତି । କୋଲାବିରା ହସ୍ପିଟାଲରେ ଗଜେନ୍ଦ୍ରଙ୍କ ଚିକିତ୍ସା କରାଯାଇଥିବାବେଳେ ଆକ୍ରମଣକାରୀଙ୍କୁ ପୁଲିସ ଖୋଜୁଛି । ଏନେଇ କୋଲାବିରା ପୁଲିସ ତନାଘନା ଆରମ୍ଭ କରିଦେଇଛି ।