ସର୍ବଭାରତୀୟ ସ୍ତରରେ ଚମକିଲେ ପୁଣି ଜଣେ ଓଡ଼ିଆ : ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ ହେଲେ ଅଜିତ ମହାନ୍ତି

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାରିପଦା :- କେନ୍ଦ୍ର ସରକାରଙ୍କ ଅଧିନରେ ବହୁ ବଡ଼ ବଡ଼ ପଦରେ ଏକାଧିକ ଓଡ଼ିଆ ଅବସ୍ଥାପିତ ହୋଇଛନ୍ତି । ତେବେ ଏହା ମଧ୍ୟରେ ପୁଣି ଜଣେ ଓଡ଼ିଆଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଦାୟିତ୍ୱ ପ୍ରଦାନ କରିଛନ୍ତି । ଡ. ଅଜିତ ମହାନ୍ତି ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ହୋଇଛନ୍ତି । ଆଟୋମିକ ଏନର୍ଜି ଡିପାର୍ଟମେଣ୍ଟର ସେକ୍ରେଟାରୀ ଭାବେ ଶ୍ରୀ ମହାନ୍ତି କାର୍ଯ୍ୟ କରିବେ । ବର୍ତ୍ତମାନ ଶ୍ରୀ ମହାନ୍ତି ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଗତ ୨୦୧୯ରୁ ଏହି ପଦ ସମ୍ଭାଳୁଛନ୍ତି ।

ଗତ ୨୦୧୯ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଅଜିତ ଭାବା ଆଟୋମିକ୍ ରିସର୍ଚ୍ଚ କେନ୍ଦ୍ରର ଡାଇରେକ୍ଟର ଭାବେ ନିଯୁକ୍ତି ପାଇଥିଲେ । ଗତ ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିବା ଅଜିତ ୧୯୭୯ରେ ମୟୁରଭଞ୍ଜ ଜିଲ୍ଲାର ବାରିପଦାର ଏମ.ପିସି କଲେଜକୁ ପଦାର୍ଥ ବିଜ୍ଞାନରେ ଗ୍ରାଜୁଏଟରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ୧୯୮୧ରେ କଟକର ରେଭେନ୍ସା କଲେଜରୁ ପୋଷ୍ଟଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିଲେ ।

ଶ୍ରୀ ମହାନ୍ତି ୬୬ ବର୍ଷ ବୟସ ପର୍ଯ୍ୟନ୍ତ ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିବେ । ଆସନ୍ତା ୨୦୨୫ ମସିହା ଅକ୍ଟୋବର ମାସ ୧୦ ତାରିଖରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବ । ଅଜିତଙ୍କ ନିଯୁକ୍ତିକୁ ଗତ ୨୯ ତାରିଖରେ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ମଞ୍ଜୁରୀ ପ୍ରଦାନ କରିଥିଲା । ଅଜିତ ବିଭିନ୍ନ ସଂସ୍ଥାରେ ସମ୍ମାନଜନକ ପଦରେ କାର୍ଯ୍ୟ କରିଥିଲେ । ଭାରତୀୟ ଫିଜିକ୍ସ ସୋସାଇଟି ପକ୍ଷରୁ ଗତ ୧୯୮୮ରେ ତାଙ୍କୁ ଯୁବ ପଦାର୍ଥ ବିଜ୍ଞାନୀ ପୁରସ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୧୯୯୧ରେ ସେ ଜାତୀୟ ବିଜ୍ଞାନ ଏକାଡେମୀ ତରଫରୁ ଯୁବ ବିଜ୍ଞାନୀ ପୁରସ୍କାର ପାଇଥିଲେ