ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ୧୫ ହଜାର ଟଙ୍କାର ସହାୟତା ପ୍ରଦାନ – ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ

ଓଡିଶା ତାଜା ନ୍ୟୁଜ୍ (୧୯ ଜୁନ୍ ଶୁକ୍ରବାର) ଭୁବନେଶ୍ୱର :- ଅଳ୍ପ ଦିନ ପୂୂର୍ବରୁ ହୃଦ୍‌ଘାତରେ ମୃତ୍ୟୁ ବରଣ କରିଥିବା କୀଡା କର୍ମଚାରୀ ରାମଚନ୍ଦ୍ର ମହାକୁଡଙ୍କ ବିୟୋଗରେ ତାଙ୍କ ପତ୍ନୀ ଶ୍ରୀମତୀ ମେନକା ମହାକୁଡଙ୍କୁ ଆଜି ଓଡିଶା ସେଚାଂଚଳ ଉନ୍ନୟନ ଅଣ ଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି ତରଫରୁ ମାନ୍ୟବର ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ୧୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

ଏହି ସହାୟତା ରାଶି ପ୍ରଦାନ ସମୟରେ ଓଡିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ, ସମନ୍ୱୟ ସମିତିର ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଚିତ୍ତ ରଂଜନ ମହାନ୍ତି, ସଭାପତି ଶ୍ରୀ ବିମଳ ଭୂଷଣ ମହାନ୍ତି, ଉପଦେଷ୍ଟା ଶ୍ରୀ ସଂଜୟ ଆଚାର୍ଯ୍ୟ, ବରିଷ୍ଠ ସଭ୍ୟ ଶ୍ରୀ ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମାନ୍ୟବର ମନ୍ତ୍ରୀ ଓ ଖଦୀବୋର୍ଡର ସଭାପତି, ସ୍ୱର୍ଗତ ମହାକୁଡଙ୍କ ପରିବାରର ଜଣଙ୍କୁ ନିୟମ ଅନୁସାରେ ବିଭାଗରେ ଚାକିରୀ ପ୍ରଦାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ସ୍ୱର୍ଗତ ମହାକୁଡଙ୍କ ପତ୍ନୀ ଓ ପରିବାରର ସଦସ୍ୟଙ୍କ ସହିତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com