ବୀର ଯବାନ ମାନଙ୍କୁ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ – ନୟାଗଡ

ଓଡିଶା ତାଜା ନ୍ୟୁଜ୍ (୧୯ ଜୁନ୍ ଶୁକ୍ରବାର) ନୟାଗଡ :- ସନ୍ଧ୍ୟା ୬ଟା ସମୟରେ ନୟାଗଡ଼ ଜିଲ୍ଲା ପୂର୍ବ ସୈନିକ ସଙ୍ଘର ଲେଙ୍କୁଡ଼ିପଡା ସ୍ଥିତ ଅଫିସ ପ୍ରାଙ୍ଗଣରେ ଗଲବନ ଘାଟି (ଲେହ) ଠାରେ ଶହୀଦ ହୋଇଥିବା ବୀର ଯବାନ ମାନଙ୍କୁ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ସଂଘର ସଭାପତି, ଉପ ସଭାପତି, ସାଧାରଣ ସମ୍ପାଦକଙ୍କ ସହ ୨୦ ଜଣ ସଭ୍ୟ ଉପସ୍ଥିତ ରହି ଭାବପୂର୍ଣ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ ।

ସାଧାରଣ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଦୁଇ ଓଡ଼ିଆ ବୀରଙ୍କ ସହ ସମସ୍ତ ୨୦ ବୀର ଯୋଦ୍ଧାଙ୍କ ବିବରଣୀ ପଢ଼ି ଶୁଣାଇ ଥିଲେ । ସଭାପତି ଶ୍ରୀ କୃଷ୍ଣ ପ୍ରାସାଦ ମହାନ୍ତି ନିଜ ବକ୍ତବ୍ୟରେ ଏହି ପରିସ୍ଥିତିରେ ଚୀନୀ ତିଆରି ଜିନିଷ କିଣା ଓ ଵ୍ୟଵହାର ବର୍ଜ୍ଜନ ପାଇଁ ଦୃଢ଼ ଆହ୍ଵାନ ଦେଇଥିଲେ ଏବଂ ସମସ୍ତ ସଭ୍ୟ ଦୃଢ଼ ସଂକଳ୍ପ ନେଇଥିଲେ । ଭାରତ ମାତାକୀ ଜୟ ଓ ବୀର ଶହୀଦ ଅମର ରହେ ଧ୍ୱନୀ ସହ ସଭାପତି ସମାପ୍ତିର ଘୋଷଣା କରିଥିଲେ । ଜୟହିନ୍ଦ । (ରିପୋର୍ଟ – ରାମକୃଷ୍ଣ ରଥ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com