ଵୀର ଶହୀଦ୍ ଯବାନଙ୍କୁ ‘ ଶ୍ରଦ୍ଧାଞ୍ଜଳି ‘

ଓଡିଶା ତାଜା ନ୍ୟୁଜ୍ (୧୯ ଜୁନ୍ ଶୁକ୍ରବାର) ନୟାଗଡ :- ସ୍ଥାନୀୟ ନୟାଗଡ଼ ଖେଳ ପଡିଆ ଠାରେ ଭାରତ-ଚୀନ୍ ସୀମାନ୍ତ ଲାଦାଖ ଗଲାୱନ୍ ଘାଟରେ ହେଇଥିଵା ସଂଘର୍ଷରେ ଶହୀଦ ଵୀର ଯବାନ ଉଦ୍ଦେଶ୍ୟ ରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ, ମା’ ଫାଉଣ୍ଡେସନ୍,ପରମ୍ପରା,ମୈତ୍ରୀ ଯୁବ ସଂସଦ ଆନୁକୁଲ୍ୟରେ ସାମାଜିକ ଦୂରତା ଓ ମାକ୍ସ ପିନ୍ଧି କ୍ୟଣ୍ଡେଲ ପ୍ରଜ୍ଜଳନ ସହିତ 2ମିନିଟ୍ ଅମର ଆତ୍ମାର ସଦ୍ଗତି ନିମିତ୍ତ ନୀରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ନିର୍ମଳ ଚନ୍ଦ୍ର ଶୂରଦେଓ, ପ୍ରଫେସର ଆଶୁତୋଷ ମିଶ୍ର, ଵିଜୟାନଂନ୍ଦ ମହାପାତ୍ର, ଲକ୍ଷ୍ମୀଧର ସାହୁ, ଲକ୍ଷ୍ମୀପ୍ରସଦ ସରପଞ୍ଚ ଇଂ ସୈ।ମ୍ୟ ରଂଜନ ପ୍ରଧାନ,ଭବାନୀ ରାୟଗୁରୁ, ପ୍ରଭାତ ମିଶ୍ର, ଆଡଭୋକେଟ ଦେବାଶିଷ ମହାପାତ୍ର, ସୁରେନ୍ଦ୍ର କୁମାର ମିଶ୍ର,ଵିପ୍ଳଵ ସତ୍ୟସୁନ୍ଦର ଦାଶ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ ,ଜିତେନ୍ଦ୍ର ସାହୁ ,ଵାପି ମିଶ୍ର ସମେତ ସହରର ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ଉପସ୍ଥିତ ରହି

ଚୀନ୍ ଵିରୋଧରେ ସ୍ଳୋଗାନ ଦେଵା ସହ ଚୀନ୍ ଦ୍ରବ୍ୟ ବର୍ଜନ ଓ ସ୍ଵଦେଶୀ ଦ୍ରଵ୍ୟ ଵ୍ୟଵହାର ପାଇଁ ଶପଥ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ନୟାଗଡ଼ ଲେଖକ ପରିଷଦ ର ସଂପାଦକ ଶେଖ ଅବଦୁଲ ଖାଲି ଏବଂ ମା’ ଫାଉଣ୍ଡେସନ୍,ସଂପାଦକ ରଂଜନ ରଶ୍ମି ଜେନା ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଚାଳନା କରିଥିଲେ । (ରିପୋର୍ଟ – ରାମକୃଷ୍ଣ ରଥ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com