ଉମରକୋଟ ନିର୍ଵାଚନ ମଣ୍ଡଳୀ ରାଇଘର ବ୍ଲକକୁ ଘନଘନ ଗସ୍ତକରି ଲୋକଙ୍କ ସମସ୍ୟା ବୁଝୁଛନ୍ତି ନବରଙ୍ଗପୁର ସାଂସଦ – ରମେଶ ଚନ୍ଦ୍ର ମାଝୀ

ଓଡିଶା ତାଜା ନ୍ୟୁଜ୍ (୧୯ ଜୁନ୍ ଶୁକ୍ରବାର) ଚନ୍ଦାହାଣ୍ଡି ବ୍ଲକ :- ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ଵାଚନ ମଣ୍ଡଳୀ ରାଇଘର ବ୍ଲକର ପାଞ୍ଚଗୋଟି ପଞ୍ଚାୟତରେ ସାଂସଦଙ୍କ ଗୋଟିଏ ସପ୍ତାହରେ ଦୁଇଥର ମାରାଥନ ଗ୍ରସ୍ତକରି ପ୍ରଥମେ ରାଇଘର ବ୍ଲକର କଚରାପାରା ପଂଚାୟତରେ ଏକ ବୈଠକରେ ଯୋଗଦେଇଥିଲେ,ବରିଷ୍ଠ ବିଜେଡି ନେତା ଡବ୍ଲୁ ଗଣ୍ଡଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ଜ଼ିଲ୍ଲା ବିଜେଡି ସଂଯାଜକ ପ୍ରମୋଦ କୁମାର ପାଢ଼ୀ, ବ୍ଲକ ବିଜେଡି ସଭାପତି ରାଇସିଙ୍ଗ ଗଣ୍ଡ, ଜୋନ-୦୪ ସଭାପତି ଶଙ୍କର ବର୍ମା, ଜୋନ-୦୩ ସଭାପତି କୈଳାଶ ନାଗ, ଉମରକୋଟ ବ୍ଲକ ଅଧ୍ୟକ୍ଷ ଲାଇବନ ଭକ୍ତ, ବରିଷ୍ଟ ବିଜେଡି ନେତା ସତ୍ୟ ଦେ,ଏବଂ ରାଇଘର ବିଜେଡି ମିଡ଼ିଆ ସଂଯାଜକ ହେମନ୍ତ କୁମ୍ଭାର ଉପସ୍ଥିତ ରହିଥିଲେ ।

ପ୍ରଥମେ ଲୋକଙ୍କୁ କରନା ବିଷୟରେ ସଚେତନତା ସହ ମାସ୍କ ବଣ୍ଟନ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ଗୁଡିକ ଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ସାଂସଦ ଶ୍ରୀମାଝୀ ସମୀକ୍ଷା କରିବା ସହ ଲୋକଙ୍କ ସମସ୍ୟା ପଚାରିବୁଝିଥିଲେ । ପାଞ୍ଚଗୋଟି ପଂଚାୟତ ମଧ୍ୟରେ କଚରାପାରା, ତୁରୁଡ଼ିହି, କୋଷକୋଙ୍ଗା, ଜଲଙ୍ଗପାରା ଓ ଶେଷରେ ମୋହଣ୍ଡ ପଂଚାୟତ ପରିଦର୍ଶନ କରିଥିଲେ । (ରିପୋର୍ଟ-ଯୁବରାଜ ଜଗତ/ବଳରାମ ପଟ୍ଟନାୟକ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com