ଗଜପତି ଜିଲ୍ଲାରେ ଆଉ ୨୮କରନା ଆକ୍ରାନ୍ତ ଚିହ୍ନଟ ହେବ ପରେ ଆକ୍ରାନ୍ତ ସଂଖ୍ୟା ବଢ଼ି ୧୯୧ ରେ ପହଞ୍ଚିଛି – ଗଜପତି ପାରଳଖେମୁଣ୍ଡି

ଓଡିଶା ତାଜା ନ୍ୟୁଜ୍ (୧୯ ଜୁନ୍ ଶୁକ୍ରବାର) ପାରଳଖେମୁଣ୍ଡି :- ଗଜପତି ଜିଲ୍ଲାରେ ଆଉ ୨୮ କରନା ପୋଜେଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ କରନା ଆକ୍ରାନ୍ତ ସଂଖ୍ୟା ବଢ଼ି ୧୯୧ରେ ପହଞ୍ଚିଛି । ୨୮ଆକ୍ରାନ୍ତ ମଧ୍ୟରୁ୨୦ଜଣ ଗୋଷାଣୀବ୍ଲକ ର ହୋଇଥିବା ବେଳେ ଗୁମ୍ମା ବ୍ଲକ ର ୭ ଜଣ ଓ ରାୟଗଡ଼ ବ୍ଲକ ର ଜଣେ ବୋଲି ଜଣା ପଡ଼ିଛି । ଚିହ୍ନଟ ୨୮ ଜଣ ଙ୍କ ମଧ୍ୟରୁ ୧୯ଜଣ ତାମିଲନାଡ଼ୁ ରୁ ଆସି ଥିବା ବେଳେ, ଆନ୍ଧ୍ରପ୍ରଦେଶ ରୁ ୨ଜଣ ଓ ତେଲେଙ୍ଗାନା ୭ ଜଣ ବୋଲି ଜିଲ୍ଲାପାଳ ଅନୁପମ ଶାହା ଏକ ପ୍ରେସ ବାର୍ତ୍ତା ଜାରୀ କରି ସୂଚନା ଦେଇଛନ୍ତି ।

ଏମାନଙ୍କ ମଧ୍ୟରୁ ରେ ୨୦ଜଣ ବିଭିନ୍ନ କ୍ୱାରାନ୍ଟ । ଇନ କେନ୍ଦ୍ରରେ ରହୁଥିବା ବେଳେ ବଳକା ୮ ଜଣ ଭଲହୋଇ ନିଜ ଗ୍ରାମରେ ରହୁଥିଲେ ଆକ୍ରାନ୍ତ ୨୮ଜଣ ଯାକଙ୍କୁ ଆର. ସିତାପୂର କୋଭିଡ୍ ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ଗଜପତି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୯୧ ହୋଇଥିବା ବେଳେ ୮୭ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ଜିଲ୍ଲାପାଳ ଅନୁପମ ଶାହା ଏକ ପ୍ରେସବାର୍ତ୍ତା ଜାରୀ କରି ଜଣାଇଛନ୍ତି । (ଗଜପତି ଜିଲ୍ଲା /ରିପୋର୍ଟ -ଗରୁଡ଼ ଧ୍ୱଜ ଚୌଧୁରୀ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com