କରେନା ସଙ୍କଟବେଳେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ରାଜ୍ୟ ସରକାର କୌଣସି ଅପିଲ୍ କରିବେ ନାହିଁ ବୋଲି ସୂଚନା ମିଳିଛି ।

ଓଡିଶା ତାଜା ନ୍ୟୁଜ୍ (୧୮ ଜୁନ୍ ଗୁରୁବାର) ଭୁବନେଶ୍ୱର :- ଆଜି ସନ୍ଧ୍ୟାରେ କ୍ୟାବିନେଟ ବୈଠକ ଆରମ୍ଭରେ ଚୀନ ସେନା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ସମ୍ମାନରେ ଏକ ଶୋକ ପ୍ରସ୍ତାବ ଓ ନୀରବ ପ୍ରାର୍ଥନା କରାଯାଇଥିଲା । ତା’ପରେ ରାଜ୍ୟର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଓ ଆଇନ ସଚିବ ଶଶୀକାନ୍ତ ମିଶ୍ର ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଆଜି ଦେଇଥିବା ରାୟ ସମ୍ପର୍କରେ କ୍ୟାବିନେଟକୁ ଅବଗତ କରାଇଥିଲେ ।

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କରେନା ସଙ୍କଟ ବେଳେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ରାଜ୍ୟ ସରକାର କୌଣସି ଅପିଲ୍ କରିବେ ନାହିଁ ବୋଲି ସୂଚନା ମିଳିଛି ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com