ଜାତୀୟ ମାନବାଧିକାରର କୋରକମିଟି ସଦସ୍ୟ ମନୋଜ ଜେନାଙ୍କ ଉଦ୍ୟମ କ୍ରମେ ଶିଶୁ ଶିଶୁ ସୁରକ୍ଷା କେନ୍ଦ୍ରକୁ ଗଲେ ଠାକୁରପାଟଣାର ୩ ଅସହାୟ ଶିଶୁ

ଓଡିଶା ତାଜା ନ୍ୟୁଜ୍ (୧୮ ଜୁନ୍ ଗୁରୁବାର) କୋରାଇ :- ଯାଜପୁର ଜିଲା କୋରାଇ ବ୍ଲକ ଅନ୍ତର୍ଗତ ଖମଣ ଗ୍ରାମ ପଞ୍ଚାୟତ ଠାକୁରପାଟଣା ଗ୍ରାମର ସ୍ୱର୍ଗତ ଚେମା ମୁଣ୍ଡାଙ୍କ ୩ଅସହାୟ ଶିଶୁଙ୍କୁ ଜାତୀୟ ମାନବାଧିକାର କମିଶନ କୋର କମିଟି ସଦସ୍ୟ ମନୋଜ ଜେନାଙ୍କ ଉଦ୍ୟମରେ ଆଜି ଶିଶୁ ସୁରକ୍ଷା କେନ୍ଦ୍ରକୁ ପଠାଗଲା । ପ୍ରକାଶଯେ, ଗତ ଏପ୍ରିଲ ମାସ ୨୯ ତାରିଖ ଦିନ ଚେମା ମୁଣ୍ଡାଙ୍କ ଦେହାନ୍ତ ପରେ ୩ଶିଶୁ ସମ୍ପୂର୍ଣ୍ଣରୂପେ ଅସହାୟ ହୋଇପଡିଥିଲେ । ଏହି ଖବର ପାଇ ଶ୍ରୀ ଜେନା ଜିଲାପାଳଙ୍କୁ ଯୋଗାଯୋଗ କରିବାରୁ ସେ ଜିଲାରେଡକ୍ରସ ପାଣ୍ଠିରୁ ୫୦୦୦ ଟଙ୍କା ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ଜେନାଙ୍କ ଉଦ୍ୟମକ୍ରମେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସହଯୋଗର ହାତ ମଧ୍ୟ ବଢାଇଥିଲେ ।

କରୋନା ମହାମାରିରେ ସେମାନଙ୍କ ଅବସ୍ଥା ଜଟିଳ ହୋଇଯାଇଥିବା ବେଳେ ବର୍ଷା ରୁତୁ ଆରମ୍ଭରେ ସେମାନଙ୍କର ଚାଳ ଘରଟି ସମ୍ପୂର୍ଣ୍ଣରୂପେ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଶ୍ରୀ ଜେନା ଜିଲା ଶିଶୁ ସୁରକ୍ଷା ଅଧିକାରିଙ୍କୁ ଅବଗତ କରାଇ ସେମାନଙ୍କର ତୁରନ୍ତ ଥଇଥାନ କରାଇବାକୁ ପରାମର୍ଶ ଦେଇଥିଲେ । ଆଜି ଜିଲା ଶିଶୁ ସୁରକ୍ଷା ଅଧିକାରି ନିରଞ୍ଜନ କର ଠାକୁରପାଟଣାକୁ ଆସି ମାନବାଧିକାରକର୍ମୀ ଶ୍ରୀ ଜେନାଙ୍କ ଉପସ୍ଥିତିରେ ଅସହାୟ ୩ଶିଶୁଙ୍କୁ ନିଜ ଅଧୀନକୁ ନେଇଥିଲେ । ଏହସଅବସରରେ ମହିଳା ଆତ୍ମନିର୍ଭର ଅଭିଯାନର ଅଧ୍ୟକ୍ଷା ଡଃ ରୀନା ରାଉତରାୟ ଶିଶୁମାନଙ୍କ ପାଇଁ ନୂତନ ପୋଷାକର ବ୍ୟବସ୍ଥା କରାଇବା ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲାଶିଶୁ ମଙ୍ଗଳ ସମିତିର ସଦସ୍ୟ ରୁଦ୍ରନାରାୟଣ ପୃଷ୍ଟି, ଯୋଗଗୁରୁ ବନମାଳୀ ରଥ, ଅଙ୍ଗନବାଡି କର୍ମୀ ରିତିକା ବେହେରା, ସାମାଜିକକର୍ମୀ ଉଷାରାଣୀ ବେହେରା, ଖମଣପଞ୍ଚାୟତ ସରପଞ୍ଚ ସୁଶାନ୍ତକୁମାର ସାହୁ, ଠାକୁରପାଟଣା ଯୁବପରିଷଦର ସଭାପତି ପ୍ରଶାନ୍ତକୁମାର ସାହୁ, ମଦନ ମୋହନ ବେହେରା, ନୟନଦୀପ୍ତ ବେହେରା, ସନ୍ତୋଷକୁମାର ବେହେରା, ଶୁକଦେବ ପୃଷ୍ଟି, ବିଶ୍ୱମ୍ବର ମଲିକ, ନିରୂପମା ମଲିକ, ଅଞ୍ଜନା ତ୍ରିପାଠୀ, ଶାନ୍ତିଲତା ତ୍ରିପାଠୀ, ଭୂବନମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ( ବ୍ୟାସନଗରରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com