ଡ଼ାକବଙ୍ଗଳା ପରିସରରେ ମହିଳା ସୁ୍ଇପର ଜୁମୁନ ବିବିଙ୍କର ଗଳାକାଟୀ ହତ୍ୟା

ଓଡିଶା ତାଜା ନ୍ୟୁଜ୍ (୧୮ ଜୁନ୍ ଗୁରୁବାର) ବାଲେଶ୍ଵର ଜିଲ୍ଲା :- ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ପୂର୍ତ ବିଭାଗ ଡାକବଙ୍ଗଳା ପରିସରରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଉଛନ୍ତି ଜୁମୁନ ବିବି (୪୦) । ସେ ଡାକ ବଂଗଳା ପରିସରରେ ରହିଆସୁଥିଲେ । ମା ଖାତୁନ ବିବିଙ୍କ ମୃତ୍ୟୁ ପରେ ଆଜକୁ ଆଠ ବର୍ଷ ହେବ ଜୁମୁନ ବିବି ସୁଇପର ଭାବରେ କାର୍ୟ୍ୟରତ ଥିଲେ । ତାଙ୍କର ଘର ଓଲମରା ଅଞ୍ଚଳରେ ହୋଇଥିବା ବେଳେ, ତାଙ୍କର ତିନି ପୁଅ ଓ ଚାରି ଝିଅ ଅଛନ୍ତି। ଗତକାଲି ସେ ଘରକୁ ଯାଇ ଫେରି ନ ଥିଲେ । ତେବେ ଆଜି ସକାଳେ ତାଙ୍କ କୋଠରୀରେ ତାଙ୍କ ମୃତ ଶରୀର ଦେଖିବାକୁ ମିଳିଥିଲା ।

ଏହା ପରେ କେହିଜଣେ ପୋଲିସକୁ ଖବର ଦେଇଥିଲେ। ମହିଳା ଜଣକ ଉଲଗ୍ନ ଥିବା ବେଳେ, ବେକରେ କୌଣସି ଏକ ଧାରୁଆ ଅସ୍ତ୍ରର ଆଘାତ ରହିଛି ଓ ଆଖି ତଡା ଯାଇଥିବା ଦେଖିବାକୁ ମିଳିଛି । ପାରିପାଶ୍ୱିର୍କ ଅବସ୍ଥାକୁ ଅବଲୋକ କରି ପ୍ରାଥମିକ ତଦନ୍ତରେ ପୋଲିସ ହତ୍ୟା ସନ୍ଦେହ କରୁଛି । ପୋଲିସ ମୃତଦେହକୁ ଜବତ କରିଛି । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଅଧିକ ତଦନ୍ତ ଜାରି ରହିଛି।ଖୁବ ଶୀଘ୍ର ଘଟଣାର ସତ ଆଗକୁ ଆସିବ ବୋଲି ଜଳେଶ୍ୱର ଆଇ ଆଇ ସି ଧନେଶ୍ୱର ସାହୁ ସୂଚନା ଦେଇଛନ୍ତି । (ଦୀପ୍ତିମାନ୍ ପତି/ବାଲେଶ୍ୱର)

oishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com