ଭାରତ ବିକାଶ ପରିଷଦର ବୀର ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି – ନୟାଗଡ

NGR

ଓଡିଶା ତାଜା ନ୍ୟୁଜ୍ (୧୮ ଜୁନ୍ ଗୁରୁବାର) ନୟାଗଡ :- ଭାରତ ଓ ଚୀନ୍ ର ସୈନିକଙ୍କ ମଧ୍ଯରେ ଗଲଓ୍ବାନ ଘାଟିରେ ଗତକାଲି ହୋଇଥିବା ସଂଘର୍ଷରେ ସହୀଦ ହୋଇଥିବା ବୀର ଯବାନଙ୍କୁ ଆଜି ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଶାଖା ଅଧ୍ଯକ୍ଷ ବିଦ୍ଯାଧର ଆଚାର୍ଯ୍ୟଙ୍କ ଅଧ୍ଯକ୍ଷତାରେ ସର୍କିଟ ହାଉସ୍ ନିକଟରେ ଥିବା ଶାଖା କାର୍ଯ୍ଯାଳୟ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଶାଖା ସଚିବ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ନବୀନ ଚନ୍ଦ୍ର ସାହୁ, ରିଜିଓନାଲ ସେକ୍ରେଟାରୀ ଶ୍ରୀଧର ସାହୁ, ଯୋଗଦେଇଥିବା ବେଳେ ବରିଷ୍ଠ ସଦସ୍ଯ ହରପ୍ରସାଦ ମହାପାତ୍ର, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ହରିହର ପାତ୍ର, ଦୁର୍ଯ୍ୟୋଧନ ସାହୁ, ଅନାଦି ଚରଣ ମହାନ୍ତି, ନେତ୍ରାନନ୍ଦ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ସଭାରେ ଚୀନ୍ ର ବର୍ବରତାକୁ ଗଭୀର ନିନ୍ଦା କରାଯାଇଥିଲା । (ନୟାଗଡଜିଲ୍ଲା ରିପୋର୍ଟ – ରାମକୃଷ୍ଣ ରଥ)

oishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com