ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ମହିଳା ଏସଆଇ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭଦ୍ରକ :- ସହରଠୁ ଗଳି, ସବୁଠି ଚର୍ଚ୍ଚା । ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ମହିଳା ଏସଆଇ । ଜଣେ ମହିଳା ସାମ୍ବାଦିକ ଅଭିଯୋଗ ଆଣିବା ପରେ ଘଟଣାର ତଦନ୍ତ କରି ଏସଆଇଙ୍କୁ ଗିରଫ କରିଛି ଭଦ୍ରକ ଟାଉନ ଥାନା ପୋଲିସ । ଅଭିଯୁକ୍ତ ହେଲେ ଚୂଡ଼ାମଣୀ ମେରାଇନ ଥାନା ଏସଆଇ ତପସ୍ବିନୀ ମହାପାତ୍ର ।ଅଭିଯୋଗ ଅନୁସାରେ ପୀଡିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ତପସ୍ବିନୀ । ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ କରିଥିଲା ପୋଲିସ । ମେଡିକାଲ ଯାଞ୍ଚ ପରେ ଏସଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।