ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

୨ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ପାଟଣାଗଡ ଶିକ୍ଷକ ଭବନଠାରେ ଅବସର ପ୍ରାପ୍ତ ଶିକ୍ଷକ ଭଗବାନ ନାଏକ ଙ୍କୁ ୨୦୦୧ ମସିହାର ନିଯୁକ୍ତ ଶିକ୍ଷକ ମାନଙ୍କ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ୨୦୦୧ ମସିହାରେ ନିଯୁକ୍ତ ଭଗବାନ ନାଏକ ଜଣେ ଆଦର୍ଶ ଓ ଛାତ୍ର ବତ୍ସଳ ଶିକ୍ଷକ ସେ ଥିବା ବେଳେ ତାଙ୍କର ପଠନ ଶୈଳୀ,ସମୟାନୁବର୍ତ୍ତିତା , କାର୍ଯ୍ୟ ଦକ୍ଷତା ଛାତ୍ର ବତ୍ସଲ ଭଲି ମହାନ ଗୁଣ ଯାହାକି ଛାତ୍ର ଛାତ୍ରୀ ତଥା ଗ୍ରାମବାସୀ ଙ୍କ ପାଇଁ ସ୍ମରଣୀୟ ବୋଲି ଉପସ୍ଥିତ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି । ଉଲବା ଉଚ୍ଚ ବିଦ୍ଯାଳୟରେ ଅନେକ ବର୍ଷ ପ୍ରଧାନ ଶିକ୍ଷକ ଦାୟୀତ୍ବ ତୁଲାଇବା ପରେ ପ୍ରାଥମିକ ଶିକ୍ଷକ ଭାବରେ ଖପ୍ରାଖୋଲ ବ୍ଲକରେ ଯୋଗଦାନ କରୀଥିଲେ । ଏହିକାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରତନ ଧରୁଆ ଅତିଥି ଭାବେ ଯୋଗ ଦେଇଥିଲେ । କୁନି ପଟ୍ଟନାୟକ, ଜୟଦେବ ସୁନା, ଗୋବିନ୍ଦ ମେହେର, ଦୀପକ କୁମାର ସାହୁ, ଲାଲଚନ ବଗର୍ତ୍ତୀ, ଘନଶ୍ଯାମ ମେହେର,ତପସ୍ବିନୀ ମୁଗ୍ରୀ,ଲାଲମନ ଲୁହା ତଥା ୨୦୦୧ ରେ ନିଯୁକ୍ତି ପାଇଥିବା ପାଟଣାଗଡ ବ୍ଲକର ସମସ୍ତ ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ଯୋଗ ଦେଇଥିଲେ । ଶେଷରେ ଶିକ୍ଷକ ବିରଞ୍ଚି ମହଲା ଧନ୍ଯବାଦ ଅର୍ପଣ କରିଥିଲେ ।