ବଜ୍ରାଘାତରେ ବୃଦ୍ଧ ଗୁରୁତର : ଡାକ୍ତରଖାନାରେ ଚିକିତ୍ସିତ

 
୨ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ )ପାଟଣାଗଡ଼ :- ପାଟଣାଗଡ଼ ଥାନା କେନ୍ଦୁମୁଣ୍ଡି ପଞ୍ଚାୟତ ବଗଲାବନ୍ଦ ଗାଁ ର ଜଣେ ବୃଦ୍ଧ ବଜ୍ରାଘାତରେ ଗୁରୁତର ହୋଇ ଉପଖଣ୍ଡ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ବୃଦ୍ଧ ଜଣକ ହେଲେ ପବିତ୍ର ଭୂଏ ( ୬୨) ସୂଚନା ମୁତାବକ ଗାଁ ର ଅନିତ ଦୂରରେ ଥିବା ତାଙ୍କ ଚାଷ ଜମି କୁ ପବିତ୍ର କାମ କରିବାକୁ ଯାଇ ଥିଲେ । ଅଦିନିଆ ବର୍ଷା ଯୋଗୁଁ ପରାଶର ଏକ ଗଛମୂଳରେ ଲୁଚି ରହିଥିଲେ । ହଠାତ୍ ବଜ୍ରାଘାତ ଯୋଗୁଁ ପବିତ୍ର ସେହି ଗଛ ମୂଳରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ ।

ପରାଶର ଙ୍କ ଜମି କୁ ଲାଗି ରହିଥିବା ଆଉଜଣେ ଚାଷି ବର୍ଷା କମିବା ପରେ ସେହି ରାସ୍ତା ଦେଇ ଗାଁ କୁ ଫେରୁଥିବା ବେଳେ ପରାଶର ଗଛ ମୂଳେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଉକ୍ତ ଚାଷି ଜଣକ ପବିତ୍ର ଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ପରିବାରବର୍ଗ ପହଞ୍ଚି ଆମୁଲେନ୍ସ ଯୋଗେ ଅଚେତ ଅବସ୍ଥାରେ ପବିତ୍ର ଙ୍କୁ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ପବିତ୍ର ଙ୍କ ଚେତା ଫେରିଥିବା ବେଳେ ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ତାଙ୍କ ପରିବାର ଲୋକଙ୍କଠାରୁ ଜଣାପଡିଛି ।