କଣ୍ଟାବାଞ୍ଜିରେ ଉଦଘାଟିତ ହେଲା କମ୍ୟୁନିଟି ରେଡିଓ ଷ୍ଟେସନ : ସାରା ରାଜ୍ୟରେ କଣ୍ଟାବାଞ୍ଜି କୁ ଆଉଁ ଏକ ପରିଚୟ ଦେବ ରେଡିଓ ଷ୍ଟେସନ – ଜିଲ୍ଲାପାଳ

୩୧ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼  :-  ବଲାଙ୍ଗୀର ଜିଲ୍ଲାର ପ୍ରଥମ କମ୍ୟୁନିଟି ରେଡିଓ ଷ୍ଟେସନ କଣ୍ଟାବାଞ୍ଜି ଠାରେ ଶୁଭାରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ପଦ୍ମଶ୍ରୀ ହଲଧର ନାଗ, କଣ୍ଟାବାଞ୍ଜି ତହସିଲଦାର ଅମୃତଲାଲ ବେହେରା, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ ପ୍ରମୁଖ ଯୋଗ ଦେଇଥିଲା । ମଦର ଟେରେସା ମହିଳା ସେବା ଅନୁଷ୍ଠାନର ପ୍ରତିଷ୍ଠାତ ତଥା ବିଶିଷ୍ଟ ନାରିନେତ୍ରୀ ରଞ୍ଜୁ ରାଏମନଙ୍କ ପ୍ରଚେଷ୍ଟା ଯୋଗୁ ଆଜି ଏହି ରେଡିଓ ଷ୍ଟେସନ କଣ୍ଟାବାଞ୍ଜି ରେ ହୋଇ ପାରିଛି । ଜିଲ୍ଲା ରେ ଯେବେ ବି ନୂଆ କାମ ହୁଏ ତାହା କଣ୍ଟାବାଞ୍ଜି ରେ ହିଁ ପ୍ରଥମେ ଆରମ୍ଭ ହୋଇଥାଏ । ୨୦୦୨-୨୦୦୩ ରେ କେନ୍ଦ୍ର ସରକାର ତରଫରୁ ଏକ ଯୋଜନା ରହିଥିଲା ।

ବଲାଙ୍ଗୀର ଜିଲ୍ଲାରେ କମ୍ୟୁନିଟି ରେଡିଓ ଷ୍ଟେସନ ଆରମ୍ଭ ହେଉଛି ଯାହାକୁ ନେଇ ଆମେ ଖୁସି । କମ୍ୟୁନିଟି ରେଡିଓ ଷ୍ଟେସନ ମାଧ୍ୟମରେ ଚାଷୀ ମାନଙ୍କୁ ଏକ ଜୁଟ କରି କେମିତି ସେମାନେ ଭଲ ଚାଷ କରିବେ ସେମାନଙ୍କ ପରିବାରର ପୁଅ ଝିଅଙ୍କ ପାଠ ପଠାଇବା ଭଳି ଅନେକ କାମ ହୋଇଥିବା ଏବଂ ଏଥିରେ ହୋଇ ପାରିବେ । କମ୍ୟୁନିଟି ରେଡିଓ ଷ୍ଟେସନ ମାଧ୍ୟମରେ ଲୁକାୟିତ କଳା ମଧ୍ୟ ଆଗକୁ ଆସିବ ପାରିବ ଏବଂ ଲୋକେ ଏହାର ଲାଭ ଉଠାଇବେ । କମ୍ୟୁନିଟି ରେଡିଓ ମାଧ୍ୟରେ ଲୋକକୁ ଏବଂ ସରକାରଙ୍କୁ ମଧ୍ୟ ଲାଭ ହେବ । ଚାଷୀ ମାନଙ୍କ ଚାଷ କାମ ହେଉ , ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକଙ୍କ କାମରେ ଆସିବ ବୋଲି ଜିଲ୍ଲାପାଳ କହିଥିଲେ ।

ବହୁତ କମ ସମୟରେ କଣ୍ଟାବାଞ୍ଜି ରେ କମ୍ୟୁନିଟି ରେଡିଓ ଷ୍ଟେସନ କାମ ଶେଷ ହୋଇ ଆଜି କାର୍ଯ୍ୟକ୍ଷମ ହେଉଛି ତେଣୁ ମଦର ଟେରେସା ମହିଳା ସେବା ଅନୁଷ୍ଠାନର ପ୍ରତିଷ୍ଠାତା ତଥା ବିଶିଷ୍ଟ ନାରିନେତ୍ରୀ ରଞ୍ଜୁ ରାଏମନଙ୍କୁ ଧନ୍ୟବାଦ ଦେଇଥିଲା ଜିଲ୍ଲାପାଳ । ଉପାନ୍ତ ଅଞ୍ଚଳର ଲୋକ ମାନଙ୍କ ପାଇଁ ଏହି କମ୍ୟୁନିଟି ରେଡିଓ ଏକ ବରଦାନ ସଦୃଶ ହେବ କାହିକି ନା ସରକାରଙ୍କ ଯୋଜନା ହେଉ କି ବ୍ୟବସାୟିକ ଭିତ୍ତି କାର୍ଯ୍ୟକ୍ରମ ଏଠି କରାଯିବ ଯାହା ଲୋକଙ୍କ କାମରେ ଆସିବ । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ମଦର ଟେରେସା ମହିଳା ସେବା ଅନୁଷ୍ଠାନର ସଦସ୍ୟ ମଞ୍ଜୁ ତନ୍ତି , ପୁଷ୍ପାମଞ୍ଜୁରୀ ଜାଲ , ଶିପ୍ରାଦେବୀ ଜାଲ , ରଞ୍ଜିତ ଯାଦବ, ରାଧେଶ୍ୟାମ ବେହେରା, ରୋହନ କୁମାର ମହତ, ସହ ବିଭିନ୍ନ ସଂଗଠନର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।