ଭାଇ ଭାଇ ଙ୍କ ପାରିବାରିକ କଲହ ଯୋଗୁଁ ଦୁଇ ଭାଇ ସମେତ ଜେଲ୍ ଗଲେ ୭ ଭଡାଟିଆ ଗୁଣ୍ଡା

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଦଳପାଲି ଗାଁ ର ବିଭିଷଣ ଭୋଇ (୨୫) ଓ ଖୁଣ୍ଟସମଲାଇ ଗାଁ ର ବିକାଶ ଭୋଇ (୨୬) ଦୁଇ ଭାଇ ଙ୍କ ମଧ୍ୟରେ ଘରୋଇ କଲହ କୁ ନେଇ ଦୁଇ ଭାଇ ସମେତ ୭ ଜଣ ଭଡାଟିଆ ଗୁଣ୍ଡା ଙ୍କୁ ଲରମ୍ଭା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଘୁମେର ଗାଁ ର ଅନିରୁଦ୍ଧ ସାହୁ ( ଅନି)୧୮ , ମହରାପଦର ଗାଁ ର କାଲିଆ ମେହେର ( ୩୨ )ଓ ମନୋଜ ମେହେର(୪୭) , ଖୁଣ୍ଟସମଲାଇ ଗାଁ ର ଆକାଶ ଭୋଇ ( ୨୨), ମୁରିବାହାଲ ଗାଁ ର ପୁରୁଷୋତ୍ତମ ପସାୟତ (୨୮) ଅବିନାଶ ସାହୁ (୨୨) ଓ ଗୋକୁଳ ଭୋଇ (୨୦) , ରକ୍ତ ସମ୍ପକିୟ ଦୁଇ ଭାଇ ଙ୍କ ସମେତ ୭ ଜଣ ଭଡାଟିଆ ଗୁଣ୍ଡା ଙ୍କ କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।ସୂଚନା ଅନୁସାରେ ଦୁଇ ଭାଇ ବିଭିଷଣ ଓ ବିକାଶ ମଧ୍ୟରେ ଦୀର୍ଘ ଦିନରୁ କୌଣସି ପାରିବାରିକ କଲହ ଲାଗି ରହିଥିଲା । ଗତ ୨୭ ତାରିଖ ଦିନ ବିକାଶ ତାର ଭଡାଟିଆ ଗୁଣ୍ଡା ଆକାଶ, ପୁରୁଷୋତ୍ତମ, ଅବିନାଶ,ଓ ଗୋକୁଳ ଙ୍କୁ ସାଙ୍ଗରେ ନେଇ ଦଲପାଲି ଗାଁ ରେ ରହୁଥିବା ତା’ର ସାନ ଭାଇ ବିଭିଷଣ ର ଘର ଭିତରକୁ ଲାଠି ,ଗେଡା ମାଧ୍ୟମରେ ସହ ପରିବାର କୁ ମାରାଣାତ୍ମକ ଆକ୍ରମଣ କରିବା ସହ ଆବାସ ପତ୍ର କୁ ଭଙ୍ଗାରୁଜା କରିଥିଲା । ଏହାର ପୂର୍ବ ଦିନ ଗତ ୨୮ ତାରିଖ ବିଭିଷଣ ମଧ୍ୟ ଅନୁରୂପ ଭାବରେ ଭଡାଟିଆ ଗୁଣ୍ଡା ଅନି,କାଲିଆ ଓ ମନୋଜ କୁ ସାଙ୍ଗ ରେ ନେଇ ଦଳପାଲି ଗାଁ ରେ ରହୁଥିବା ତା’ର ବଡ଼ ଭାଇ ବିକାଶ ର ଘର କୁ ଯାଇ ଲାଠି ଓ ଗେଡା ମାଧ୍ୟମରେ ସହ ପରିବାର କୁ ମାରାଣାତ୍ମକ ଆକ୍ରମଣ କରିବା ସହ ଆବାସ ପତ୍ର କୁ ଭଙ୍ଗାରୁଜା କରିଥିଲା ।ଉଭୟେ ଗତ ୨୯ ତାରିଖ ଦିନ ଲରମ୍ଭା ଥାନା ରେ ପୃଥକ୍ ପୃଥକ୍ ଭାବରେ ଲିଖିତ ଅଭିଯୋଗ କରିଥିଲେ । ଲରମ୍ଭା ଥାନା ଅଧିକାରୀ ଶ୍ରୀ ପ୍ରଧାନ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ଙ୍କ ସହ ଆଲୋଚନା ପରେ ଦୁଇ ଟି ପୃଥକ୍ ମାମଲା ରୁଜୁ କରି ତାଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଭାଇ ବିକାଶ ଓ ବିଭିଷଣ ଙ୍କ ସହ ଉଭୟେ ନେଇ ଥିବା ୭ ଜଣ ଭଡାଟିଆ ଗୁଣ୍ଡା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଭଡାଟିଆ ଗୁଣ୍ଡା ସହ ଦୁଇ ଭାଇ ନିଜ ନିଜ ମଧ୍ୟରେ ମାଡପିଟ ହୋଇ ଜେଲ ଯାଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।