ବୋଲଗଡ ବ୍ଲକ : ସଚେତନତା ଶିବିର ଅନୁଷ୍ଠିତ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା/ଗତ :- ବୋଲଗଡ ବ୍ଲକ ଅଧୀନରେ ଥିବା ଗେଡିଆପଲ୍ଲୀ ହାଇସ୍କୁଲ, ରଘୁନାଥ ହାଇସ୍କୁଲ, ଟାଙ୍ଗୀସାହି, ପଞ୍ଚୁପଲ୍ଲୀ ହାଇସ୍କୁଲ, ମଣି ବନ୍ଧ ଠାରେ ଏକ ବ୍ଲକ ସ୍ଥରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ଆଞ୍ଚଳିକ ନିୟୋଜନ ଅଧିକାରୀ, ଶ୍ରୀଯୁକ୍ତ ବିଜୟ କୁମାର ପାତ୍ର, ଭୁବନେଶ୍ୱର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ପ୍ରଶିକ୍ଷଣ ଅଧିକାରୀ, ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସୁନ୍ଦରାୟ ଏବଂ ଅନୁଷ୍ଠାନ ର ଆପରେଣ୍ଟିସିପ ଆଡଭାଇଜର ଶ୍ରୀ ଦେବେନ୍ଦ୍ର ନାଥ ମଲ୍ଲିକ ଏବଂ ଶିଳ୍ପ ତାଲିମ ଅନୁଷ୍ଠାନ ର ସହକାରୀ ପ୍ରଶିକ୍ଷଣ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ସେନାପତି ଅଂଶ ଗ୍ରହଣ କରି ଶିଳ୍ପ ତାଲିମ ଅନୁଷ୍ଠାନର ବିଭିନ୍ନ ପ୍ରଶିକ୍ଷଣ ଏବଂ ତାଲିମ ସମ୍ପର୍କରେ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମ ଟି ସରପଞ୍ଚ ମହୋଦୟା ଏବଂ ସମିତି ସଭ୍ୟଙ୍କ ଉପସ୍ଥିତି ରେ ପ୍ରଧାନ ଶିକ୍ଷକଙ୍କ ସହଯୋଗିତା ରେ ଉପସ୍ଥାପନ କରାଯାଇ ଥିଲା l ଏଠାରେ ସମୁଦାୟ 273 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର 50 ଜଣ ମହିଳା ଅଂଶ ଗ୍ରହଣ କରିଥିଲେ l ସରକାରଙ୍କର ସମସ୍ତ ଲୋକାଭିମୁଖ ତାଲିମ ଏବଂ ରୋଜଗାର କ୍ଷମ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା l ଏହା ଏକ ଉଚ୍ଚକୋଟୀର କାର୍ଯ୍ୟକ୍ରମ ହୋଇଥିବାରୁ ମଣ୍ଡଳ ଉନ୍ନୟନ ଅଧିକାରୀ ମଧ୍ୟ ଅବଗତ ଥିଲେ l