ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ ଓମଫେଡ୍ କ୍ଷୀର ଦର

1. ଟୋନ୍ଡ କ୍ଷୀର ୫୦୦ ମିଲି ପୂର୍ବରୁ ୨୧ ଟଙ୍କାରେ ମିଳୁଥିବାବେଳେ ଏବେ ଏଥିପାଇଁ ୨୩ ଟଙ୍କା ଦେବାକୁ ପଡ଼ିବ ।

2. ପ୍ରିମିୟମ ଓ ଗୋଲ୍ଡ କ୍ଷୀର ୫୦୦ମିଲିକୁ ୨୬ ଲେଖାଏଁ ଏବଂ ଚା’ ସ୍ପେଶିଆଲ ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ ।

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ ଓମଫେଡ୍ କ୍ଷୀର ଦର । ୫୦୦ ମିଲିକୁ ୨ ଟଙ୍କା ହିସାବରେ ସମସ୍ତ ପ୍ରକାର କ୍ଷୀର ଦର ବୃଦ୍ଧି କରାଯାଇଥିବା ଓମଫେଡ ପକ୍ଷରୁ କୁହାଯାଇଛି । କୃଷକଙ୍କ ଖର୍ଚ୍ଚ ବୃଦ୍ଧି, ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ସହିତ ପ୍ୟାକେଜିଂ, ବିପଣନକୁ ଦୃଷ୍ଟିରେ ରଖି ଓମଫେଡ ଏହି ନିଷ୍ପତ୍ତି ନେଇଛି ।

ଟୋନ୍ଡ କ୍ଷୀର ୫୦୦ ମିଲି ପୂର୍ବରୁ ୨୧ ଟଙ୍କାରେ ମିଳୁଥିବାବେଳେ ଏବେ ଏଥିପାଇଁ ୨୩ ଟଙ୍କା ଦେବାକୁ ପଡ଼ିବ । ସେହିପରି ପ୍ରିମିୟମ ଓ ଗୋଲ୍ଡ କ୍ଷୀର ୫୦୦ମିଲିକୁ ୨୬ ଲେଖାଏଁ ଏବଂ ଚା’ ସ୍ପେଶିଆଲ ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ ।