ମାଲାପଡ଼ା ରେ ଶ୍ରୀରାମ ମନ୍ଦିର ଓ ପ୍ରହରୀ ମଣ୍ଡପ ପ୍ରତିଷ୍ଠା ଉତ୍ସବ ଯୋଗଦେଲେ ପୂର୍ବତନ ବିଧାୟକ – କନକବର୍ଦ୍ଧନ ସିଂ ଦେଓ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ପଞ୍ଚାୟତ ମାଲପଡ଼ା ଗାଁ ରେ ନବ ନିର୍ମିତ ଶ୍ରୀରାମ ମନ୍ଦିର ଓ ପ୍ରହରୀ ମଣ୍ଡପ ପ୍ରତିଷ୍ଠା ଉତ୍ସବରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ମାଲପଡ଼ା ଠାରେ ଉତ୍ସବ ମୁଖରୀତ ହୋଇଉଠୁଛି । ବୁଧବାର ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂ ଦେଓ,କର୍ଣ ସିଂଠାକୁର,ବବିକାନ୍ତ ପାଣିଗ୍ରାହୀ,ମଧୁସୂଦନ ବରିହା ଯୋଗଦେଇଥିବା ବେଳେ ବ୍ଳକ ଅଧ୍ୟକ୍ଷତା ନିରୂପମା ପଟେଲ,ପବିତ୍ର ପଟେଲ, ପ୍ରମୁଖ ଯୋଗ ଦେଇଥିଲେ ।ପଣ୍ଡିତ ଜଗଦୀଶ ନନ୍ଦ ଓ ପଣ୍ଡିତ ସୁଶୀଲ କୁମାର ଶତପଥି ପୂଜକ ରୂପେ ଯୋଗ ଦେଇ ଥିବା ବେଳେ ଯଜ୍ଞ କର୍ତ୍ତା ରୂପେ ଗୌନ୍ତିଆ କୈଳାସ ବରିହା ଓ ତାଙ୍କ ଧର୍ମ ପତ୍ନୀ ସୁମିତ୍ରା ବରିହା, ଭୋଜରଜ୍ ବରିହା ଓ ତାଙ୍କ ଧର୍ମ ପତ୍ନୀ ଯାଶୋବନ୍ତୀ ବରିହା ଉପସ୍ଥିତ ଥିଲେ । ସେହିପରି ଯଜ୍ଞ କମିଟି ସଭାପତି ଥାବିର ଚରଣ ସାହୁ, ବିପିନ ବିହାରୀ ସାହୁ, ଭରତ ସାହୁ, ଭରତ ପୋଡ଼, ଭାଗବତ ସାହୁ, କୃପାସିନ୍ଧୁ ସାହୁ, ବାମନ ବିଶି, ସୁବଳ ଯାଲ, ତାପସ ସାହୁ,ଉମେଶ ଗୁପ୍ତା ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଶତାଧିକ ଦର୍ଶକ ଦେଖିବାକୁ ମିଳିଛି ।