ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଲେ ମା ଜାଗୁଳାଇ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ସ୍ଥାନୀୟ କୁଦିଆରି ଗ୍ରାମଦେବୀ ମା ଜାଗୁଳାଇଙ୍କ ଶକ୍ତି ପୀଠରେ ବାସନ୍ତୀକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ନବମୀ ତିଥିର ସନ୍ଧ୍ୟାରେ ମା ଜାଗୁଳାଇ ସିଦ୍ଧିଦାତ୍ରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ସନ୍ଧ୍ୟାରେ ମହାସ୍ନାନ କରାଯାଇ ଚିତ୍ରକର ବିଜୟ କୁମାର ପଣ୍ଡାଙ୍କ ଦ୍ଵାରା ମାଙ୍କୁ ଭେଷ କରାଯାଇଥିଲା । ଆଜି ନଅ ଜଣ କୁମାରୀ କନ୍ୟାଙ୍କୁ ମାଙ୍କ ନଅ ଗୋଟି ସୁରୂପରେ ବେଶ୍ କରାଯାଇ ଯଜ୍ଞ ମଣ୍ଡପରେ ପୂଜା କରାଯାଇଥିଲା । ପ୍ରଥମେ କର୍ତ୍ତା ଅଭିରାମ କର,କର୍ତି ସ୍ୱର୍ଣଲତା କର ପୂଜା କରିଥିଲେ ପରେ ଅନ୍ୟ ବ୍ରତଧାରୀ ପୂଜା କଲା ପରେ ଅନ୍ୟାନ୍ୟ ଶ୍ରଦ୍ଧାଳୁ ମାନେ ବନ୍ଦାପନା ସହ ପୂଜିଥିଲେ । ଷୋଡ଼ଶ ଉପଚାର ପୂଜା, ସପ୍ତ ସତୀ ଚଣ୍ଡୀପାଠ ଓ ଯଜ୍ଞ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ।କୁମାରୀ ପୂଜା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତ ରୁଣ୍ଡ ହୋଇଥିଲେ । ଆସନ୍ତା କାଲି ଦଶମୀ କ୍ଷେୟ ରହୁଥିବାରୁ ବିଶ୍ରାମ ଦିବସ ଭାବେ ପାଳନ କରାଯିବ । ଶୁକ୍ରବାର ସନ୍ଧ୍ୟା ୬ ଟା ବିଜୟା ଦଶମୀରେ ପୂର୍ଣ୍ଣାହୁତି ସହ ପ୍ରସାଦ ସେବନ କରାଯିବ ବୋଲି ମୁଖ୍ୟ ସେବକ ଶ୍ରୀ ମନୋରଞ୍ଜନ ପଣ୍ଡା ଜଣାଇଥିଲେ । ସଭାପତି ରାଧାମୋହନ ପଟ୍ଟନାୟକଙ୍କ,କୋଷାଧ୍ୟକ୍ଷ ଅଶୋକ ଦାସ,ସୁଦର୍ଶନ ସୁନ୍ଦରାୟ,ନାଗଭୂଷଣ ରାୟ,ରାମ ସାହୁ,ଶଶିକାନ୍ତ ମହାପାତ୍ର,ସାଇ ସ୍ପନ୍ଦନ, ଟୁଲୁ ରବି ନାରାୟଣ ପଣ୍ଡା ପ୍ରମୁଖ କାର୍ଯ୍ୟର ପରିଚାଳନା କରିଥିଲେ ବୋଲି କମିଟି ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଥିଲେ ।