ଶ୍ରୀ ଶ୍ରୀ ଶ୍ରୀ ଠାକୁରାଣୀ ଘଟ ପର୍ବ ବନ ଦୁର୍ଗା ଅଗ୍ନି ଯାତ୍ରା ଦର୍ଶକଙ୍କ ଭିଡ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ମହକୁମା ମା’ବନ ଦୁର୍ଗା ଘଟ ପର୍ବ ଅଗ୍ନି ଯାତ୍ରା ଆଜି ସନ୍ଦ୍ୟା କାଳ ରାତ୍ରୀବେଶରେ ମା ବନ ଦୁର୍ଗା ଦର୍ଶନ କରିବା ସକାଶେ ଅଗ୍ନି ଯାତ୍ରା ଆୟୋଜକ ପୂଜାରି ଶ୍ରୀ-ନୀର ପାଡି ରହିଥିବାବେଳେ ବେଜୁ କୁଜେନ୍ଦ୍ରୀର ଏବଂବୈକୁଣ୍ଟ ଶବର ସାହି ପରିଭ୍ରମଣ ପରେ ମା’ ଠାକୁରାଣୀ ପର୍ବ ଶେଷ ରାତ୍ରୀ ଦର୍ଶକଙ୍କ ଭିଡ ଅଗ୍ନି ଯାତ୍ରାରେ ବେଜୁ ନାଚ,ବେଜୁ ଅଗ୍ନିରେ ନାଚିବା,ଖେଳ ମାଧ୍ୟମରେ ଦର୍ଶକମାନଙ୍କୁ ଆକୃଷ୍ଟ କରାଇଥିଲେ । ଆଜି ମଙ୍ଗଳବାର ସପ୍ତମୀ ପୂଜା ତିଥିରେ ପ୍ରଥମକରି ମା’ ଠାକୁରାଣୀ ଦେବ ପରେ ସ୍ବତନ୍ତ୍ର ସହର ପରିକ୍ରମା କରାଇଥିଲେ ।ସହରରେ ବିଭିନ୍ନ ସାହି ଦେଇ ବାଦ୍ୟ ଯନ୍ତ୍ର ସହ ପରିଭ୍ରମଣ ମା’ ବନ ଦୁର୍ଗା ଠାକୁ ରାଣୀଙ୍କ ପାଖରେ ପହଞ୍ଚାଇଥିଲେ । ସନ୍ଦ୍ୟା ୦୪ ଘଣ୍ଟିକା ସମୟ ଠାରୁ ମା’ ବନ ଦୁର୍ଗା ଘଟ ପର୍ବ ଅଗ୍ନି ଯାତ୍ରା ମଙ୍ଗଳା ଶ୍ରୀ ଶ୍ରୀ ଶ୍ରୀ ମୁତ୍ୟାଲୁ ମାଙ୍କ ବେଡା ପରିଭ୍ରମଣ ପରିକ୍ରମା କରି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପୁନଃ ଚିତ୍ରକରବେଜୁ କୁଜେନ୍ଦ୍ରୀ ଏବଂ ବୈକୁଣ୍ଟ ଶବରଙ୍କ ଦ୍ବାରା ମା’ଙ୍କୁ ମହା ବେଶରେ ସୁ-ସଜ୍ଜିତ କରାଯାଇ ସନ୍ଦ୍ୟାରେ ଦର୍ଶନ ବେଳେ ମନ୍ଦିର ପୂଜକ ଶ୍ରୀ-ନୀର ପାଡି ଏବଂ କମିଟିଗଣ ପ୍ରମୁଖ ଥିଲେ । ମା’ ବନ ଦୁର୍ଗା ଯେଉଁ ରାସ୍ତା ଦେଇ ଗମନ କରିବେ ସେହି ରାସ୍ତାରେ ଅଗ୍ନି ଯାତ୍ରା ଭକ୍ତମାନେ ପୂର୍ଣ୍ଣକୁମ୍ଭ ଓ ଦ୍ବୀପ ଜ୍ବାଳୀ ତାହା ସହ ଦୁଇ ଗୋଟି କଫୋତ ଉଡାଇ ପୂଜ୍ୟ ବେଜୁ ଉଡାଇଥିଲେ । ପର୍ବର ଶ୍ରୀ ଶ୍ରୀ ଶ୍ରୀ ଠାକୁରାଣୀ ଘଟ ପର୍ବ ମା’ ବନ ଦୁର୍ଗା ଅଗ୍ନି ଯାତ୍ରା ଚୈତ୍ର ସପ୍ତମୀ ପୂଜା ମହୋତ୍ସବ ତୃତୀୟ ଦିବସରେ ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ପରିବାରରୁ ଏବଂ ସହ ସହ ଲୋକେ ଦର୍ଶକ ଯୋଗ ଦେଇ ଅଗ୍ନି ଯାତ୍ରା ସାଫଲ୍ୟ ମଣ୍ଡିତ କରିଥିଲେ ।