ଯାଜପୁର ସରକାରୀ ପଲିଟେକନିକ କଲେଜର ବିରଜା ହଷ୍ଟେଲର ଜଣେ ୩ୟ ବର୍ଷ ଇଲେକ୍ଟ୍ରିକାଲ – ଛାତ୍ରୀ ଆତ୍ମହତ୍ୟା

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କୋରାଇ :- କୋରାଇ ଥାନା ଅନ୍ତର୍ଗତ ରଗଡି ସ୍ଥିତ ଯାଜପୁର ସରକାରୀ ପଲିଟେକନିକ କଲେଜର ବିରଜା ହଷ୍ଟେଲର ଜଣେ ୩ୟ ବର୍ଷ ଇଲେକ୍ଟ୍ରିକାଲ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ଛାତ୍ରୀ ଜଣକ ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗ୍ରାମର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ପାତ୍ର ( ୧୮) ବୋଲି ଜଣାପଡିଛି । ଛାତ୍ରୀ ଜଣକ ୪ଟି କ୍ୟାମ୍ପସ ପାଇଥିବା ବେଳେ ସେ ଜଣେ ମେଧାବୀ ଛାତ୍ରୀ ଥିଲେ ବୋଲି କଲେଜର ଅଧକ୍ଷ ରାଜେନ୍ଦ୍ର ପୃଷ୍ଟି ସୂଚନା ଦେଇଛନ୍ତି । କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସୂଚନା ମିଳିପାରିନଥିବା ବେଳେ ପରିବାର ଲୋକେ ଝିଅକୁ ସାଙ୍ଗସାଥି ସବୁବେଳେ ରାଗିଂ କରୁଥିବା ସେ ଫୋନରେ ଘରକୁ ଜଣେଇଥିବା କହିଛନ୍ତି । ତେବେ ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ କୋରେଇ ଥାନା ଆଇଆଇସି ସଂଘମିତ୍ର ନାୟକ ଓ ଯାଜପୁର ଏସଡ଼ିପିଓ ସଞ୍ଜୟ କୁମାର ପଟ୍ଟନାୟକ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛନ୍ତି । ଆତ୍ମହତ୍ୟର କାରଣ ସଠିକଭାବେ ଜଣାପଡିନଥିଲା ବେଳେ ଶବବ୍ୟବଛେଦ ରିପୋର୍ଟ ଆସିଲେ ତଥ୍ୟମିଳିପାରିବ ବୋଲି କହିଛନ୍ତି ଥାନାଅଧିକାରିଣୀ ଶ୍ରୀମତୀ ନାୟକ l ଆଜିର ଏହି ଘଟଣା ସ୍ଥିନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲୋଟିଛି l