୩୦ ବୋତଲ କଫ୍ ସିରଫ, ୩ ଟ୍ରିପ ନିଶା ବଟିକା – ନଗଦ ୬୪୦୦ ଟଙ୍କା ଜବତ୍ ସହ ୨ ଗିରଫ

୨୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଲରମ୍ଭା ପୁଲିସ ୩୦ ବୋତଲ କଫ୍ ସିରଫ ,୩ ଟ୍ରିପ ନିଶା ବଟିକା ସହ ନଗଦ ୬୪୦୦ଟଙ୍କା ଜବତ୍ କରିବା ସହ ୨ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ତମିଆଁ ପଞ୍ଚାୟତ ଅଏଁଲାତୁଙ୍ଗା ଗ୍ରାମର ସଞ୍ଜବ ପଣ୍ଡା (୩୦) ଓ ଦେଉଲଗାଁ ପଞ୍ଚାୟତ ଘୁମେର ଗାଁ ର ପ୍ରମୋଦ ସାହୁ (୨୦) କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସଞ୍ଜିବ ଜଣେ ନୂଆଁ ଗ୍ରାହକଙ୍କୁ ସେମ୍ପୁଲ ଦେଖାଇବା ପାଇଁ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅନିତ ଦୂରରେ ଛିଡା ହୋଇଥିଲା । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଲରମ୍ଭା ପୁଲିସ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ବରେ ଏକ ଟିମ୍ ତାକୁ କାବୁ କରିଥିଲା । ଛାନଭିନ ପରେ ତାଠାରୁ କିଛି କଫ ସିରଫ ପାଇଥିଲା । ଘଟଣା ସ୍ଥଳରୁ ତାଙ୍କୁ ଗିରଫ କରି ଥାନାକୁ ନେଇଥିଲା । ଥାନା ରେ ସଞ୍ଜିବ ଙ୍କୁ ପଚରାଉଚରା ପରେ ଘୁମେର ଗାଁ ର ପ୍ରମୋଦ ସାହୁ ଙ୍କ ଘରେ ଚଢ଼ାଉ କରିବା ସମୟରେ ପୁଲିସ କିଛି କଫ ସିରଫ ସହ ପ୍ରମୋଦ କୁ ଘଟଣା ସ୍ଥଳରୁ ଗିରଫ କରି ଥାନାକୁ ଆଣିଥିଲା ।

ଉଭୟ ଅଭିଯୁକ୍ତ ଙ୍କ ଠାରୁ ୩୦ ବୋତଲ କଫ୍ ସିରଫ ,୩ ଟ୍ରିପ ନିଶା ବଟିକା ଓ ନଗଦ ୬୪୦୦ ଟଙ୍କା ପୁଲିସ ଜବତ କରିଥିଲା । ଆଜି ମଧ୍ୟାହ୍ନ ସମୟରେ ଉଭୟ ଙ୍କ ଡାକ୍ତରି ମାଇନା ପରେ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା । ପ୍ରକାଶ ଥାଉ କି ଲୁହାସିଂହା ଅଞ୍ଚଳ ର ଜନୈକ କରେକ୍ସ ମାଫିଆ ଙ୍କ ନାମରେ ପୁଲିସ ପକ୍ଷରୁ ଗିରଫ ପରୱାନା ଜାରି କରାଯାଇଥିବା ବେଳେ ଦେଉଳ ଗାଁ ପଞ୍ଚାୟତ ର ତାର ଜଣେ ମୂଖ୍ୟ ସହଯୋଗୀ ବର୍ତ୍ତମାନ ଏହି ରାକେଟ ଚଲାଉଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି ।