ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସଂକ୍ରାନ୍ତ କର୍ମଶାଳା

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- କାଳିମେଳା ବ୍ଲକରେ ଆଇଟିସି ମିଶନ ସୁନେହରାକଲ ସହଯୋଗରେ ମମତା ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଵିକ୍ଷେପଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାଳିମେଳା ବ୍ଲକ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମମତା ଓଡ଼ିଶା ପକ୍ଷରୁ କାଳିମେଳା ଓ ପଡ଼ିଆ ବ୍ଲକର ବିଭିନ୍ନ ଗ୍ରାମରେ ସଚେତନତା ସୃଷ୍ଟି ପାଇଁ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରୟାସ ଓ ଫଳାଫଳ ନେଇ କର୍ମଶାଳାରେ ଆଲୋଚନା ହୋଇଥିଲା । ମୁଖ୍ୟ ଅତିଥି ଭାବେ କାଳିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ଅଵିଦ କୁମାର ହୁସେନ, ସମ୍ମାନିତ ଅତିଥି ଭାବେ ସୁଧାଂଶୁ ବେହେରା, ପଡ଼ିଆ ଭାରପ୍ରାପ୍ତ ସିଡିପିଓ ଶାନ୍ତି କରସୁଧା ପଟ୍ଟନାୟକ, ଵେଜାଙ୍କିୱ।ଡ଼ା ସୁପରଭାଇଜର ଲତା ମଞ୍ଜୁଳା, ଏଵିଇଓ ଶିନ୍ତାହରଣ ମଧୁ ଓ ବରିଷ୍ଠ ସମାଜସେବୀ ସୁଶାନ୍ତ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଙ୍ଗଠନର ରାଜ୍ୟ ମୁଖ୍ୟ ଡ଼ଃ ମୁକେଶ ସାହୂ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ବିକାଶ ବିଭାଗର ବିଭିନ୍ନ ପଞ୍ଚାୟତର ସୁପରଭାଇଜର, ସ୍ବାସ୍ଥ୍ୟ ବିଭାଗର ସୁପରଭାଇଜର, ସ୍ବାସ୍ଥ୍ୟକର୍ମୀ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ବିଭିନ୍ନ କର୍ମଚାରୀ, ମମତା ମାତୃ ଓ ଶିଶୁ ସ୍ବାସ୍ଥ୍ୟ ସଂଗଠନର ଝିଲି ସିଲ୍, ପୂଜା ଚକ୍ରବର୍ତ୍ତୀ, ନାୟାମୀ ଖରା, ରାଜେଶ କୁମାର ଓଝା, ଗୋବିନ୍ଦ ସର୍ଦାର ପ୍ରମୃଖ ଉପସ୍ଥିତ ଥିଲେ । ପ୍ରଶାନ୍ତ କୁମାର ସାହୁ କର୍ମଶାଳା ପରିଚାଳନା କରିଥିଲେ ।