ସଡ଼କ ଦୂର୍ଘଟଣାରେ ୧ ମୃତ, ୨ ଗୁରୁତର ବଲାଙ୍ଗୀର ଓ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବେଲପଡା ଥାନା ଅନ୍ତର୍ଗତ ଧୂମାଭଟା ସ୍ଥିତ ଅନାଥ ଆଶ୍ରମ ନିକଟରେ ରାସ୍ତାରେ ଗତକାଲି ରାତିରେ ଏକ ସଡ଼କ ଦୂର୍ଘଟଣା ଘଟିଛି । ଏହି ଦୂର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ଭିମଭୋଇ ଓ ବୁର୍ଲା ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି । ବେଲପଡା ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବାଇକ୍ ଯୋଗେ ଧୂମାଭଟା ଗାଁ ରୁ ନାମ ଯଜ୍ଞ ଦେଖି ଫେରୁଥିବାବେଳେ ସଡ଼କ ଦୁର୍ଘଟଣା ହୋଇଥିଲା ।ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣେ ଗୁରୁତର ଆହତ ହୋଇଥିଲେ । ମୃତକ ଜଣକ ହେଲେ ମୁରିବାହାଲ ଥାନା ସର୍ଗୁଲ ଗାଁ ର ବିକାଶ ଥପା (୨୨) , ତାଙ୍କ ଭାଇ ଜଗା ଥପା ( ୧୬) ଓ ଅନ୍ୟ ଜଣେ ସଇତଲା ଥାନା କଷ୍ଟାପାଲି ସିଂହନାଥ ଗ୍ରାମର ପିଙ୍କୁ ଛତ୍ରିଆ । ଆହତମାନଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡ଼ାକ୍ତରଖାନା ଆଣିଥିଲେ ଜଗା ଓ ପିଙ୍କ ଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭିମଭୋଇ ଡାକ୍ତରଖାନା କୁ ପଠାଇ ଦିଆଯାଇଛି । ସେଠାରେ ଜଗା ର ଅବସ୍ଥା ଆହୁରି ଗୁରୁତର ହେବାରୁ ବୁର୍ଲା ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛନ୍ତି । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ହସ୍ତାନ୍ତର କରାଯାଇଛି ।