୪ ଜଣ ଓା୍ୱରେଣି୍ଟ ଗିରଫ୍

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :–  ଅତିରିକ୍ତ ଜିଲ୍ଲା ଜଜ୍ , କାମାକ୍ଷାନଗର ଙ୍କ କୋର୍ଟରୁ ସିଟି(ଏସଏସ) ୪୮/୨୦୧୭ କେଶ ରେ ଜାମିନ ବିହୀନ ପରୱାନା ପାଇ ଭୁବନ ଥାନା ତରଫରୁ ଗତ ରବିବାର ରାତି ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଭୁବନ ପୋଲିସ ଜୟପୁର ଗ୍ରାମରେ ଚଢାଉ କରି ବେଲ ବେହେରା , ମାନସ ବେହେରା , ବିପିନ ବେହେରା ଓ ବିଜୟ ଓରଫ ବିଚି ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଉପରୋକ୍ତ ବ୍ୟକ୍ତି ମାନଙ୍କ ନାମରେ ୨୦୧୭ ମସିହାରେ ଏକ ହତ୍ୟା ଅଭିଯୋଗ ଥିଲା । ଆଗାମୀ ଦିନରେ ମଧ୍ୟ ଏହିଭଳି ଚଢାଉ ଅବ୍ୟାହତ ରହିବ ବୋଲି ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।