୨୪ ରୁ ଉରାଳୀର ଶ୍ରୀଶ୍ରୀ ଦଧିବାମନ ଜୀୟୁଙ୍କ ନୂତନ ମନ୍ଦିରର ସ୍ୱନକ୍ଷେତ୍ର ଉତ୍ସବ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ସଦର ଥାନା ଅନ୍ତର୍ଗତ ଉରାଳୀ ଗ୍ରାମର ସର୍ବ ପୁରାତନ ଶ୍ରୀଶ୍ରୀ ଦଧିବାମନ ଜୀୟୁଙ୍କ , ନୂତନ ମନ୍ଦିରର ସ୍ୱନକ୍ଷେତ୍ର ଉତ୍ସବ ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖରେ ଉଦଯାପିତ ହେବ । ଏନେଇ ଆଜି ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ପ୍ରଦୀପ୍ତ ମହାନ୍ତି ନିଲୁ ଭାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ଦିରର ଟ୍ରଷ୍ଟି , ଚକ୍ରଧର ମହାରଣା, କଟକ ସଦର ଥାନାର ଆଇଆଇସି ରଶ୍ମୀରଞନ ମହାପାତ୍ର , ଲକ୍ଷ୍ମୀଧର ସ୍ୱାଇଁ, ମହେଶ୍ବର ସାହୁ ଯୋଗ ଦେଇଥିଲେ । ଚଳିତ ବର୍ଷ ଶ୍ରୀଶ୍ରୀ ଦଧିବାମନ ଜୀୟୁଙ୍କ ସ୍ୱନକ୍ଷେତ୍ର ଉତ୍ସବ ଚାରି ଦିନ ଧରି ଅନୁଷ୍ଠିତ ହେବ। ୨୪ ତାରିଖରେ ଅଧିବାସ, ୨୫ ତାରିଖ ଦିନ କଳସ ଶୋଭାଯାତ୍ରା, ଆରତୀ, ଅଗ୍ନି ସ୍ଥାପନ । ୨୬ରେ ସୂର୍ଯ୍ୟ ପୂଜା ଗୋପୂଜା, ଚଣ୍ଡୀ ପାଠ ଆଳତୀ,ପାରମ୍ପରିକ ନୃତ୍ୟ ଏବଂ ଭଜନ ପରିବେଷଣ ସାଙ୍ଗକୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ୨୭ ତାରିଖ ଦିନ ସନ୍ଧ୍ୟାରେ ପୁର୍ଣ୍ଣ ଆହୁତି ,ନୃତ୍ୟ, ଭଜନ, ପ୍ରବଚନ,ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ, ମିନାବଜାର, ଚକ୍ରୀଦୋଷୀର ବ୍ୟବସ୍ଥା କରାଯାଇଛି । ଏସବୁକୁ ଦୃଷ୍ଟିରେ ରଖି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ଏବଂ ମନ୍ଦିର ପରିଚାଳନା କମିଟିର ଭଲିୟୁଣ୍ଟର ଙ୍କ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ପୋଲିସ ଫୋର୍ସ ମୁତୟନର ବ୍ୟବସ୍ଥା କରାଯିବ ବୋଲି ସଦର ଆଇଆଇସି ରଶ୍କୀରଞନ ମହାପାତ୍ର ଉପସ୍ଥିତ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ ।