ନିର୍ମାଣଧୀନ ବ୍ରିଜ କାର୍ଯ୍ୟ ଚାଲିଥିବା ବେଳେ ମାଟି ଅତଡା ଧସି ଦୁଇ ଶ୍ରମିକ ଆହତ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ )  କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ ବାରିକଙ୍କ ରିପୋର୍ଟ  :-  କଟକ ସଦର ଥାନା ଅନ୍ତର୍ଗତ ତେଲଙ୍ଗାପେଣ୍ଠ ଠାରେ, ଫୁଲନଖରା ଡିଷ୍ଟିବୁଟାରୀ କେନାଲ ଉପରେ ନୂତନ ବ୍ରିଜର ନିର୍ମାଣ କାର୍ଯ୍ୟ ପାଇଁ, ଶ୍ରମିକ ମାନେ ରଡ଼ ବାନ୍ଧୁଥିବା ସମୟରେ, ହଠାତ ଆଜି ଅପରାହ୍ନ ୩ଟାରେ ମାଟି ଅତଡା ଧସିଆସିବାରୁ କାର୍ଯ୍ୟରତ ଦୁଇ ଶ୍ରମିକ, ରଡ଼ରେ ପିଟି ହୋଇଯାଇ ମାଟିରେ ପୋତି ହୋଇ ଯାଇଥିଲେ । ଆହତ ଦୁଇ ଶ୍ରମିକ ହେଲେ କନ୍ଦରପୁର ଥାନା ଅନ୍ତର୍ଗତ ସୋମପୁର ଗ୍ରାମର କାର୍ତ୍ତିକ ଭୋଇ ଏବଂ ରବିନ୍ଦ୍ର ସାମଲ । କାର୍ତ୍ତିକର ଅବସ୍ଥା ଗୁରୁତର ରହିଛି । ଚିକିତ୍ସା ପାଇଁ ସ୍ଥାନୀୟ ଲୋକେ ଏବଂ ସିଏମସି ୫୮ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଖବର ପାଇ , ଘଟଣା ସ୍ଥଳରେ ପହଞ୍ଚି ଆହତ ଦୁଇ ଶ୍ରମିକଙ୍କୁ ପ୍ରଥମେ ଏକ ଅଟୋ ଯୋଗେ ନିକଟରେ ଥିବା ଏକ ଘରୋଇ ହସପିଟାଲକୁ ନେଇ ଥିଲେ ।ସେଠାରେ କାର୍ତ୍ତିକର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ , ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତର ଖାନାକୁ ପଠାଯାଇଛି । ଗତକଲିର ବର୍ଷା ଯୋଗୁଁ ମାଟି ଓଦା ରହିଥିଲା ବେଳେ , ଠିକାଦାର ପକ୍ଷରୁ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହି ଘଟଣାର ଖବରପାଇ କଟକରୁ ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକମାନେ ମାଟିରେ ପୋତି ହୋଇ ରହିଥିବା ଆହତ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଠିକାଦାରଙ୍କ ବେପରୁଆ କାର୍ଯ୍ୟ ପାଇଁ ଏଭି ଘଟଣା ଘଟିଲା। ସୁରକ୍ଷା ବ୍ୟବସ୍ଥା କରା ନଯିବା ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ପାଇଁ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଠିକା ଦାରଙ୍କୁ କହିଛନ୍ତି ।