ବିଜୁ ଯୁବ ଜନତା ଦଳ ପକ୍ଷରୁ ଧନକଉଡ଼ା ବ୍ଲକ ସାଧାରଣ ସମ୍ପାଦକ ସହଦେବ ଓରାମଙ୍କ ନେତୃତ୍ବରେ : ରକ୍ତଦାନ ଶିବିର – ୧୨୮ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା

୧୯ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ବିଜୁ ଯୁବ ଜନତା ଦଳ ପକ୍ଷରୁ ଧନକଉଡ଼ା ବ୍ଲକ ସାଧାରଣ ସମ୍ପାଦକ ସହଦେବ ଓରାମଙ୍କ ନେତୃତ୍ବରେ ଜମାଦାରପାଲି ପୁରୁଣା ଆଶ୍ରମ ସ୍କୁଲଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି । ଆଜି ପୂର୍ବାହ୍ନରେ ଆୟୋଜିତ ହୋଇଥିବା ଏହି ରକ୍ତଦାନ ଶିବିରରେ ବହୁ ଯୁବ ଗୋଷ୍ଠୀ ଆସି ରକ୍ତଦାନ କରିଥିଲେ । ଏହି ଶିବିରରେ ସର୍ବମୋଟ ୧୨୮ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଶିବିରରେ ଅତିଥି ଭାବେ ବିଜେଡ଼ି ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ରାଜ୍ୟ ଯୁବ ସମ୍ପାଦକ ହୀରାଲାଲ୍ ବେହେରା, ରାଜ୍ୟ ସମ୍ପାଦକ ମନୋଜ ମହାପାତ୍ର, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜିକା କବିତା ପୁରୋହିତ, ରାଜ୍ୟ ଯୁଗ୍ମ ସମ୍ପାଦକ ଦିଲ୍ଲୀପ ଦୂରିଆ, ଯୁବ ନେତା ଚିନ୍ତା ବାଗ୍, ସମାଜସେବୀ କାର୍ତ୍ତିକ କଲେତ୍, ଜିଲ୍ଲା ପରିଷଦ ସୁନିଲ ମିଶ୍ର, ଜିଲ୍ଲା ଆଇଟି ସଂଯୋଜକ ଚିତ୍ତରଞ୍ଜନ ରାଉଳ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁଜ ଜେନା, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ସଞ୍ଜୟ ଓରାମ, ବରିଷ୍ଠ ନେତା ବିଷ୍ଣୁ ପ୍ରଧାନ, ସମିତି ସଭ୍ୟ ସରୋଜ ପ୍ରଧାନ, ଛାତ୍ର ନେତା ରାଜେଶ ଚଇନି, ରିକୁ ପଟେଲ୍, ଉତ୍ତମ ବାଗ୍, କୁନା ବାଗ୍, ଯୁଗଲ ବନଛୋର୍, ଈଶ୍ବର ଠେକୁଆ, ହୃଦାନନ୍ଦ ଓରାମ, ସୁନିଲ ଓରାମ ପ୍ରମୁଖ ଉପସ୍ଥିତ ରହି ଶିବିରରେ ସହଯୋଗ କରିଥିଲେ ।