ରାଜ୍ୟ ସ୍ତରୀୟ ସାହିତ୍ୟ ମହାସଭା ରେ କବିୟିତ୍ରୀ ସବିତା ମହରା ସମ୍ବର୍ଦ୍ଧିତ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼  :- ବଲାଙ୍ଗିର ଜିଲ୍ଲା ଲୁହାସିଂହା ଗ୍ରାମର  ଶିକ୍ଷୟିତ୍ରୀ ,ସମାଜସେବୀ,କବୟିତ୍ରୀ  ସବିତା ମହରା ଙ୍କୁ କେଉଁଝର ଜିଲ୍ଲା ର ଅଗ୍ରଣୀ ସର୍ବପୁରାତନ “ଆନନ୍ଦ ପୁର ସାହିତ୍ୟ ସଂସଦ “ରେ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରିତ କରି ତାଙ୍କ ସ୍ଵ ରଚିତ ପୁସ୍ତକ ସମ୍ମୋହନ ପାଇଁ “ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ବର୍ଦ୍ଧନା” ପ୍ରଦାନ କରିଛନ୍ତି ।

ବିଶିଷ୍ଟ କବି ତଥା ସମାଜସେବୀ ଶଙ୍କର୍ଷଣ ପରିଡ଼ା,ପ୍ରାକ୍ତନ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ର ମହାନିର୍ଦ୍ଦେଶକ ମହେନ୍ଦ୍ର ମଲ୍ଲିକ,ବିଶିଷ୍ଟ କବି ଡ. ପ୍ରଫେସର ସୁଧା ଦାସ,କଥାଶିଳ୍ପୀ ରାଜକିଶୋର ଦାସ,ସଂସଦ ର ସମ୍ପାଦକ ଡ ଶମ୍ଭୁନାଥ ରାଉତ,

ସଭାପତି ପ୍ରଫେସର ଗଦାଧର ମିଶ୍ର,ପ୍ରଶାସକ କବି ଚିତ୍ତରଞ୍ଜନ ନାୟକ,ଏକାଡେମୀ ପୁରସ୍କାର ପ୍ରାପ୍ତ ପିତାମ୍ବର ତରେଇ, ସାହିତ୍ୟ ଏକାଡେମୀ ସଦସ୍ୟ ପିନାକୀ ମିଶ୍ର, ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ମାନପତ୍ର ପ୍ରଦାନ କରିଛନ୍ତି।ତେଣୁ କବି ମହଲରେ ଏକ ଖୁସି ର ଲହରି ଖେଳିଯିବା ସହିତ ଅଭିନନ୍ଦନ ର ସୁଅ ଛୁଟୁଛି ।