ପତ୍ନୀ ଓ ରୁଣ ବୋଝୁରୁ ମୁକ୍ତିପାଇଁ ମୃତ୍ୟୁ ନାଟକ ଖେଳିଥିବା , ଅଡବା ପୁଲିସ ବାରିଆ ଗ୍ରାମର ଅଭିଯୁକ୍ତ ମୁମ୍ବାଇରୁ ଗିରଫ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ୮ ଦିନ ପରେ ମୃତ ଦାଦନ ଶ୍ରମିକ ହେଲେ ଜୀବିତ । ତାମିଲନାଡୁରେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । କିନ୍ତୁ ନିଜକୁ ମୃତ ବୋଲି ନାଟକ କରିଥିବା ଗଜପତି ଜିଲ୍ଲା ଅଡବା ଥାନାର ବାରିଆପଦା ଗାଁର ଶରତ ପରିଛାକୁ ମୁମ୍ବାଇରୁ ପୁଲିସ ଜୀବନ ଉଦ୍ଧାର କରି ଗିରଫ କରିଛି । ଶରତ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ କେରଳ ଯାଇଥିଲେ ସେଠାରେ କାମ କରି ଘରକୁ ଟଙ୍କା ପଠାଉ ନଥିଲେ । ଅସୁବିଧା ହେବାରୁ ପତ୍ନୀ ତାଙ୍କୁ ଫୋନ୍ କରି ଟଙ୍କା ମାଗିଥିଲେ । କିନ୍ତୁ ସେ ଟଙ୍କା ପଠାଉନଥିଲେ । ଯାହାକୁ ନେଇ ସ୍ବୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସୂଚନା ଯୋଗ୍ୟ ଯେ ଗତ ୬ ତାରିଖରେ ଶରତ ନିଜ ଘରକୁ ଭିଡିଓ କଲ୍ କରି କେହି ତାକୁତାମିଲନାଡୁକୁ ଅପହରଣ କରିନେଇଥିବା କହିଥିଲେ । କିଛି ସମୟ ପରେ ନିଜ ଫୋଟ ମୋବାଇଲ୍ ଫୋନରୁ ମୃତ ଫଟୋଟିଏ ଘରକୁ ପଠାଇଥିଲା । ଶରତଙ୍କ ମୃତ ଫୋଟ ଦେଖିବା ପରେ ପରିବାର ଲୋକେ ଚିନ୍ତାରେ ପଡିଥିଲେ । ଘଟଣା ସମ୍ପର୍କରେ ଅଡବା ଥାନାରେ ଲିଖିତ ଅଭିଯୋଗ କହିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ଶରତଙ୍କ ମୋବାଇଲି ଫୋନ ଟ୍ରାକ କରିଥିଲେ । ତାଙ୍କ ମୋବାଇଲ୍ ଲୋକେଶନ ମୁମ୍ବାଇରେ ଫୋନ ଟ୍ରାକ୍ କରିଥିଲେ । ତାଙ୍କ ମୋବାଇଲ୍ ଲୋକେଶନ ମୁମ୍ବାଇରେ ରହିଥିବା ଜଣାପଡିଥିଲା ।ଗଜପତି ଏସ୍ପି ଏସ ସ୍ବାତୀ କୁମାରଙ୍କ ତତ୍ବାବଧାନରେ ପୁଲିସ ଟିମ୍ ମୁମ୍ବାଇ ପହଞ୍ଚି ତାକୁ ଶରତକୁ ଜୀବନ୍ତ ଉଦ୍ଧାର କରି ଥାନରେ ଅଟକ ରଖି ପଚାର ଉଚାର କରି ସତକଥା ବାହାର କରିଥିଲା । ସେ ଗ୍ରାମରେ ରୁଣଗ୍ରସ୍ତ ହୋଇ ଆର୍ଥିକ ଅବସ୍ଥ ଗୁରୁତର ହେବାକୁ ଏଭଳି ମୃତ୍ୟୁ ନାଟକ ରଚନା କରିଥିଲେ ବୋଲି ପୁଲିସ ଆଗରେ ପ୍ରକାଶ କରିଛି । ଅଡବା ପୁଲିସ ଶରତକୁ ର୍କୋଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ଆର,ଉଦୟଗିରି ଜେଲ ଯିବାକୁ ପଡିଛି । ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ତାର ତଦନ୍ତ ଚାଲୁ ରହିଛି ବୋଲି ଅଡବା ପୁଲିସ ସୁତ୍ରରୁ ପ୍ରକାଶ କରିଛନ୍ତି ।