ଠିକାଦାରଙ୍କ ମନମୁଖୀ,କାହା ସ୍ବାର୍ଥରେ ସରପ୍ଲସଟିକୁ ପୋତିଲା ଠିକାଦାର…?

 ଆଣ୍ଠୁଏ ପାଣିରେ ବୁଡିବେ ପଡାବାସୀ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ପିଡବ୍ଳୁଡିରୋଡ ବାଗପୁର ଠାରୁ ଲାଖପଦର ଗ୍ରାମ ଯାଏଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟକାରୀ ହେଉଛି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଏହି ୧୦.୭୫ କିମି ରାସ୍ତା ନିର୍ମାଣ କାର୍ଯ୍ୟର ଗାଁ ଭିତରେ କଂକ୍ରିଟ ରାସ୍ତା ତିଆରି କରୁଥିବା ବେଳେ ଠିକାଦାରଙ୍କ ଦ୍ବାରା ମନମୁଖୀ କାର୍ଯ୍ୟ ‌‌‌‌‌‌ହେଉଥିବା ଅଭିଯୋଗ ହେଉଛି । ବାଗପୁର ଠାରୁ ଭାୟା ଭୀମକେଲା ଗ୍ରାମ ଦେଇ ଯାଉଥିବା ଏହି ରାସ୍ତାର ଭୀମକେଲା ମଝିପଡା ଠାରେ ଏକ ସରପ୍ଲସ ପୂର୍ବରୁ ରହି ଆସିଥିଲା । ତେବେ ବର୍ତ୍ତମାନ ଏହି ସରପ୍ଲସଟିକୁ ସମତୁଲ କରି କଂକ୍ରିଟ ରୋଡ ତିଆରି କରାଯାଇଥିବା ଯୋଗୁଁ ପଡାବାସୀ ମାନେ ଅଭିଯୋଗ ଆଣିଛନ୍ତି । ପଡାବାସୀଙ୍କ ଅଭିଯୋଗ ପ୍ରକାରେ ମଝିପଡା ଗଳିରୁ ବର୍ଷା ଋତୁରେ ଆଣ୍ଠୁଏ ପାଣି ପ୍ରବାହିତ ହୋଇ ଏହି ସରପ୍ଲସ ଦେଇ ନିଷ୍କାସନ ହୋଇଥାଏ ।ରାସ୍ତା ନିର୍ମାଣ ସମୟରେ ପଡାବାସୀଙ୍କ ବିରୋଧ ସତ୍ତ୍ଵେ ଠିକାଦାରଙ୍କ ଦ୍ବାରା ନିଯୁକ୍ତ କର୍ମଚାରୀ ମାନେ ଗାଁର କିଛି ମନ୍ଦଲୋକଙ୍କ ପ୍ରରୋଚନାରେ ପଡି ଏହି ସରପ୍ଲସଟିକୁ ସମତୁଲ କରିବା ଦ୍ଵାରା ବର୍ଷା ସମୟରେ ପଡାବାସୀ ଜଳଘେରୀ ମଧ୍ୟରେ ରହିବେ ବୋଲି ଅଭିଯୋଗ କରିଛନ୍ତି ।ଏଥିପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ଏହି କାର୍ଯ୍ୟ ସମ୍ପର୍କରେ ଆମ ପ୍ରତିନିଧି ପ୍ରଶ୍ନକରିବାରୁ ମୁଁ ଏ ସମ୍ପର୍କରେ କୌଣସି ଅବଗତ ନାହିଁ ଓ ଠିକାଦାରଙ୍କ ଲୋକେ ମତେ କିଛି ନଜଣାଇ କାର୍ଯ୍ୟ କରିଥିବା ସୂଚନା ଦେଇଛନ୍ତି । ଠିକାଦାରଙ୍କ ଏହି ମନମୁଖୀ କାର୍ଯ୍ୟକୁ ପଡାବାସୀ ବିରୋଧ କରି ତୁରନ୍ତ ଏଠାରେ ଏକ ସରପ୍ଲସ କଂକ୍ରିଟ ରୋଡ ତିଆରି ସକାଶେ ଦାବି କରିଛନ୍ତିି ।